ଭୁବନେଶ୍ୱର : ଆସନ୍ତାକାଲି ରାଜଧାନୀରେ ଦୀର୍ଘ ଆଠ ଘଣ୍ଟା ବିଦ୍ୟୁତ ସେବା ବନ୍ଦ ରଖିବ ସେସୁ। ରାଜଧାନୀର ଦୁଇଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏହି ବିଦ୍ୟୁତ ସେବା ବନ୍ଦ କରାଯିବ। ଭୁବନେଶ୍ୱରର ଗଙ୍ଗୁଆ ଛକ, ଗଡ଼ ମହାବୀର ରୋଡ଼, ଭୂଆସୁଣୀ ମନ୍ଦିର ଅଞ୍ଚଳରେ ସକାଳ ଦଶଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ। ସେହିପରି ଚିନ୍ତାମଣିଶ୍ୱର, କଟକ ରୋଡ଼, କଳ୍ପନା ଫ୍ଲାଟ, ବିଶ୍ୱନାଥନଗର, ବିଜେବି ନଗର, ବଡ଼ଗଡ଼ ମୁଖ୍ୟ ରାସ୍ତା ଅଞ୍ଚଳରେ ସକାଳ ନଅଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ କରାଯିବ। ରାଜଧାନୀର କିଛି ଅଞ୍ଚଳରେ ବିଦ୍ୟୁତ କାର୍ଯ୍ୟକୁ ନେଇ ଏହି ନିଷ୍ପତି ନିଆଯାଇଛି। ଏ ନେଇ ସେସୁ ପକ୍ଷରୁ ଏକ ସୂଚନାପତ୍ର ଜାରି କରାଯାଇଛି।
Popular Categories



