www.samajalive.in
Saturday, December 6, 2025
23.1 C
Bhubaneswar

ଯୁକ୍ତ ୨ ପରୀକ୍ଷାରେ ଠକେଇ, ପରୀକ୍ଷା କେନ୍ଦ୍ରରୁ ନିରାଶ ହୋଇ ଫେରିଲେ ଛାତ୍ରଛାତ୍ରୀ – ଥାନାରେ ମାମଲା

ସମ୍ବଲପୁର (ବିରାଜ ମିଶ୍ର): ସମ୍ବଲପୁରରେ ଥିବା ଏକ ବେସକାରୀ କଲେଜର ଛାତ୍ରଛାତ୍ରୀମାନଙ୍କୁ ପତ୍ର ବିନିମୟ ପାଠ୍ୟକ୍ରମ ମାଧ୍ୟମରେ ଯୁକ୍ତ ଦୁଇ ପରୀକ୍ଷା ପାସ କରାଇ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ମାମଲା ଜଣାପଡିଛି। ଧନୁପାଲୀ ଥାନା ଅର୍ନ୍ତଗତ ଚାରଭାଟି ଅଞ୍ଚଳରେ ରହିଥିବା ସାରସ୍ୱତ କଲୋନୀରେ ଏକ ଭଡା ଘରେ ତୁଷାର ରଞ୍ଜନ ବାରିକ ଓରଫ ତୋଷଧର ନାମକ ଜଣେ ବ୍ୟକ୍ତି ଯମୁନା ଦେବୀ ଜୁନିୟର (କଳା) କଲେଜ ଖୋଲିଥିଲେ। ଯୁକ୍ତ ୨ କଳା କୋର୍ସରେ ପତ୍ର ବିନିମୟ ପାଠ୍ୟକ୍ରମ ମାଧ୍ୟମରେ ପରୀକ୍ଷା ଦେଇ ପାସ କରାଇବା ପାଇଁ ଜଣ ପିଛା ଦୁଇ ବର୍ଷ ପାଇଁ ୩୬ ହଜାର ଟଙ୍କାର ଦେୟ ଛାତ୍ରଛାତ୍ରୀମାନଙ୍କଠାରୁ ନେଇଥିଲେ।

- Advertisement -

ଏହି କଲେଜରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୩୬ ଜଣ ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷ ତୁଷାରଙ୍କ ଦାବୀ ମୁତାବକ ସମସ୍ତ ଟଙ୍କା ପଇଠ କରିଥିଲେ। କଲେଜର ନିଜସ୍ୱ ସହବନ୍ଧନ ନ ଥିବାରୁ ଛାତ୍ରଛାତ୍ରୀମାନେ ଅନ୍ୟ କଲେଜ ମାଧ୍ୟମରେ ପରୀକ୍ଷା ଦେଉଥିଲେ। ୨୦୧୫ ମସିହାରେ ଏହି କଲେଜ ଖୋଲିଥିବା ବେଳେ ଏହାର ଛାତ୍ରଛାତ୍ରୀମାନେ ୨୦୧୮ ମସିହାରେ ପ୍ରଥମ ବ୍ୟାଚ ପରୀକ୍ଷା ଦେଇଥିଲେ। ତେବେ ୨୦୧୭ ବ୍ୟାଚରେ ଯୋଗ ଦେଇଥିବା ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଗତ ବର୍ଷ କଲେଜ ଅଧ୍ୟକ୍ଷ ତୁଷାର ବାରିକ ଓ ଉପାଧ୍ୟକ୍ଷ ମଞ୍ଜୁଲତା ବାରିକ ଚଳିତ ବର୍ଷ ପରୀକ୍ଷା ନ ଦେଇ ଭଲ ଭାବରେ ପ୍ରସ୍ତୁତ ହୋଇ ୨୦୨୦ରେ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ।

ଚଳିତ ବର୍ଷର ପରୀକ୍ଷା ଦେବା ପାଇଁ କଲେଜ ଅଧ୍ୟକ୍ଷ ତୁଷାର ୩ – ୪ ଦିନ ତଳେ ଭୁବନେଶ୍ୱର ଆଡମିଟ କାର୍ଡ ଆଣିବା ପାଇଁ ଯାଇଥିଲେ। ପରେ ସେ ହ୍ୱାଟ୍ସଆପ ମାଧ୍ୟମରେ ସୁବର୍ଣ୍ଣପୁର ଜିଲାର ସିଣ୍ଡୋଲ କଲେଜରେ ୨୭ ଜଣ ପିଲାଙ୍କର ପରୀକ୍ଷା ଦେବା ପାଇଁ ସ୍ଥିରିକୃତ ହୋଇଥିବାର ଏକ ଚିଠି ପଠାଇଥିଲେ। କିନ୍ତୁ ସେହି ଚିଠିର ଶେଷ ଧାଡିକୁ ଧଳା ରଙ୍ଗ ଦେଇ ଲିଭାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଖକୁ ଆସିଥିବା ଚିଠି ଉପରେ ଅଭିଭାବକମାନେ ସନ୍ଦେହ ପ୍ରକାଶ କରୁଥିବା ସମୟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ପ୍ରିନସପାଲ ତୁଷାର କଲେଜର ଛାତ୍ର ସାହିଲ ସାହୁଙ୍କୁ ଫୋନ କରି ମୁଁ ଭୁବନେଶ୍ୱର ଆଡମିଟ କାର୍ଡ ଆଣିବା ପାଇଁ ଆସିଥିବା ବେଳେ ମୋତେ ମାଡ ମାରି ପୁଲିସ ଦ୍ୱାରା ଏକ ମାମଲାରେ ଗିରଫ କରାଯାଇଛି। ଏଣୁ ତୁମେ ମାନେ ଚଳିତ ବର୍ଷ ପରୀକ୍ଷା ଦେଇ ପାରିବ ନାହିଁ ଏବଂ ମୋତେ କ୍ଷମା କରିବା ସହିତ ଅନ୍ୟମାନଙ୍କୁ କହିଦେବ ବୋଲି ତୁଷାର ଛାତ୍ର ସାହିଲଙ୍କୁ କହିଥିଲେ। ଏହା ପରେ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ସହିତ ଧନୁପାଲୀ ଥାନାରେ ଠକେଇର ଶିକାର ହୋଇଥିବା ଏକ ଲିଖିତ ଅଭିଯୋଗ ମଙ୍ଗଳବାର ବିଳମ୍ବିତ ରାତ୍ରିରେ କରିଥିଲେ।

ଅନ୍ୟ ପକ୍ଷରେ ବୁଧବାର ଦିନ ଛାତ୍ରଛାତ୍ରୀମାନେ ସେମାନେ ହ୍ୱାଟସଅପ ମାଧ୍ୟମରେ ପାଇଥିବା ଚିଠିକୁ ଆଧାର କରି କାଳେ ପରୀକ୍ଷା ଦେଇ ପାରିବେ ଆଶାରେ ସୁବର୍ଣ୍ଣପୁର ଜିଲାର ସିଣ୍ଡୋଲକୁ ଯାଇ ନିରାଶ ହୋଇ ଫେରିଥିଲେ। ଏଣୁ ଛାତ୍ରଛାତ୍ରୀମାନେ ନିରାଶ ହୋଇ ଫେରିବା ପରେ ଧନୁପାଲୀ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏଣୁ ପୁଲିସ ଏ ନେଇ ମାମଲା ନଂ ୧୦୬/୨୦୨୦ ରୁଜୁ କରିଛି। ଏ ସର୍ମ୍ପକରେ ଧନୁପାଲୀ ଥାନାଧିକାରୀ କହିଛନ୍ତି ଯେ, ଠକେଇ ମାମଲାକୁ ଗ୍ରହଣ କରାଯାଇ କେଶ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି। ପୁଲିସ ଫେରାର ତୁଷାରଙ୍କୁ ଠାବ କରିବାକୁ ବୀହିନନା ସ୍ଥାନରେ ଚଢ଼ାଉ କରୁଥିବା କହିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories