www.samajalive.in
Saturday, December 13, 2025
27.1 C
Bhubaneswar

କରୋନା ଟୀକାକୁ ନେଇ ଆଶା ଦେଖାଇଲେ ସେରମ୍ ସିଇଓ ଆଦର ପୁନାୱାଲା

ନୂଆଦିଲ୍ଲୀ:  କରୋନା ସଂକ୍ରମଣ ଓ ଭୟ ମଧ୍ୟ​‌ରେ ଟୀକାକୁ ଦେଶବାସୀ ବଡ଼ ଉଦବିଗ୍ନ ସହ ଅପେକ୍ଷା କରିଛନ୍ତି । ଏହି ସ୍ଥିତିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଆଦର ପୁନାୱାଲା କରୋନାଭାଇରସ୍ ଟିକା (COVID-19 ଟିକା) ବିଷୟରେ ଆଶା ଦେଖାଇଛନ୍ତି । ସେ କହିଛନ୍ତି ଯେ ଅକ୍ସଫୋର୍ଡ଼    କରୋନାଭାଇରସ୍ ଟିକାର ପ୍ରଥମ ପର୍ଯ୍ୟାୟ ୨୦୨୧ ଦ୍ବିତୀୟ ତ୍ରୟମାସିକ ଅର୍ଥାତ୍ ଜୁନ୍ ସୁଦ୍ଧା ଉପଲବ୍ଧ ହେବ । କେବଳ ସେତିକି ନୁହେଁ, ସେରମ ଇନଷ୍ଟିଚ୍ୟୁଟ୍ ପ୍ରଥମ ପର୍ଯ୍ୟାୟରେ ୧୦୦ ନିୟୁତ ଟୀକା ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ପରୀକ୍ଷା ପ୍ରକ୍ରିୟା ଶେଷ ହେବ ଏବଂ ଯଦି ସବୁ ଠିକ୍ ହୁଏ ତେବେ ଜାନୁଆରୀରେ ଆମେ ଟିକା ପାଇପାରିବା କିନ୍ତୁ ଏହାର ପୂଣ୍ଣ ଉପଲବ୍ଧ ହେବା ବେଳକୁ ୨୦୨୧ର ଦ୍ବିତୀୟ ତ୍ରୟମାସିକ ହୋଇଯାଇପାରେ ।

ପୁନାୱାଲା କହିଛନ୍ତି  ଜରୁରୀକାଳୀନ ପରୀକ୍ଷା ପାଇଁ ଆମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଆବେଦନ କରିବୁ ଏବଂ ଯଦି ଏହା ସେଠାରୁ ଅନୁମୋଦିତ ହୁଏ, ତେବେ ଆମେ ଭାରତରେ ମଧ୍ୟ ସମାନ ପରୀକ୍ଷା କରିବାକୁ ସମର୍ଥ ହେବୁ। ଯଦି ଏହି ସବୁ ସଫଳ ହୁଏ, ତା’ହେଲେ ଡିସେମ୍ବର ମଧ୍ୟଭାଗରେ ଆମକୁ ଟିକା ମିଳିପାରିବ। ଉତ୍ପାଦନ ମାତ୍ରା ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ କରୋନା ଜୀବାଣୁ ରୋକିବା ପାଇଁ ଆଷ୍ଟ୍ରା ଜେନେକା-ଅକ୍ସଫୋର୍ଡ ୟୁନିଭରସିଟି ଟିକା ଉତ୍ପାଦନ ସମେତ ଅନେକ ଟିକା ଉପରେ କାର୍ଯ୍ୟ କରୁଛି। ଆଷ୍ଟ୍ରା ଜେନେକା-ଅକ୍ସଫୋର୍ଡ ଟିକା ସାରା ବିଶ୍ୱ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି । ଏହାବ୍ୟତୀତ ସେରମ ଇନଷ୍ଟିଚ୍ୟୁଟ୍ ମଧ୍ୟ ନିଜର ଟୀକା ପ୍ରସ୍ତୁତ କରୁଛି ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories