www.samajalive.in
Saturday, December 6, 2025
16.1 C
Bhubaneswar

ଟିକା ଅନୁମୋଦନ ପରେ ଶେୟାର ବଜାରରେ ଅଭିବୃଦ୍ଧି, ୪୮ ହଜାର ଟପିଲା ସେନ୍‌ସେକ୍ସ

ମୁମ୍ବଇ: ଦେଶରେ କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମୋଦନ ମିଳିବା ପରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଏହାର ପ୍ରତିଫଳନ ଆଜି ସପ୍ତାହର ପ୍ରଥମ ଦିନରେ ଦେଖିବାକୁ ମିଳିଛି। ସୋମବାର ଶେୟାର ବଜାରରେ ଦ୍ରୁତ ଅଭିବୃଦ୍ଧି ଘଟିବା ସହିତ ସର୍ବୋଚ୍ଚ ସ୍ତରରେ କାରବାର ବନ୍ଦ ହୋଇଛି।

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ସେନ୍‌ସେକ୍ସ ୦.୬୪ ପ୍ରତିଶତ (୩୦୭.୮୨ ପଏଣ୍ଟ) ବୃଦ୍ଧି ପାଇ ୪୮,୧୭୬.୮୦ ସ୍ତରରେ ବନ୍ଦ ହୋଇଛି। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୧୪.୪୦ ପଏଣ୍ଟ ବୃଦ୍ଧି ପାଇ (୦.୮୨ ପ୍ରତିଶତ) ୧୪୧୩୨.୯୦ ସ୍ତରରେ ବନ୍ଦ ହୋଇଛି।

- Advertisement -

ଗତ ସପ୍ତାହରେ ସେନ୍‌ସେକ୍ସରେ ୮୯୫.୪୪ ପଏଣ୍ଟ ଅର୍ଥାତ ୧.୯୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା। ଶେୟାର ବଜାର ଆଗକୁ ଅସ୍ଥିର ରହିବା ସମ୍ଭାବନା ରହିଛି। ତେଣୁ ନିବେଶକମାନେ ସତର୍କ ରହି କାରବାର କରିବାକୁ ଅର୍ଥନୈତିକ ବିଶ୍ଳେଷକମାନେ କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ ଦୁଇଟି କରୋନା ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡକୁ ସରକାର ଜରୁରିକାଳୀନ ବ୍ୟବହାର ଲାଗି ଅନୁମୋଦନ କରିଛନ୍ତି। ଏଥିଲାଗି ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା କୁହାଯାଉଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories