www.samajalive.in
Saturday, December 6, 2025
19.1 C
Bhubaneswar

୨୦୨୦ରେ ଦକ୍ଷିଣ କୋରିଆରେ ଜନ୍ମ ଅପେକ୍ଷା ଶିଶୁ ମୃତ୍ୟୁହାର ଅଧିକ

ନୂଆଦିଲ୍ଲୀ : ୨୦୨୦ରେ ଦକ୍ଷିଣ କୋରିଆରେ ଜନ୍ମ ହୋଇଥିବା ଶିଶୁଙ୍କ ଅପେକ୍ଷା ଅଧିକ ଶିଶୁଙ୍କର ମୃତ୍ୟୁ ଘଟିଛି । ଦେଶରେ ପ୍ରଥମ ଥର ପାଇଁ ଏହା ଘଟିଛି । ପୂର୍ବରୁ ଦକ୍ଷିଣ କୋରିଆରେ ଜନ୍ମ ହାର ବିଶ୍ୱରେ ସର୍ବନିମ୍ନ ଥିଲା ।

ବିବିସି ରିପୋର୍ଟ ଅନୁଯାୟୀ, ଜନ୍ମ ହାର ହ୍ରାସ ଏବଂ ଜନସଂଖ୍ୟା ହ୍ରାସ ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ଏହାକୁ ନେଇ ଦକ୍ଷିଣ କୋରିଆର ଚିନ୍ତା ବଢିଛି । ଜନ୍ମ ହାର ହ୍ରାସ ହେତୁ ଦେଶରେ କାର୍ଯ୍ୟରତ ଯୁବକଙ୍କ ସଂଖ୍ୟା ମଧ୍ୟ କମିଛି ।

- Advertisement -

ଦକ୍ଷିଣ କୋରିଆରେ ୨୦୨୦ ରେ ୨,୭୫,୮୦୦ ଶିଶୁ ଜନ୍ମ ହୋଇଥିଲେ। ୨୦୧୯ ତୁଳନାରେ ଏହା ୧୦ ପ୍ରତିଶତ କମ୍ ଥିଲା। ଏଥିସହିତ ୨୦୨୦ରେ ଦେଶରେ ୩,୦୭,୭୬୪ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ପ୍ରକାଶ ପାଇବା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ନୀତିରେ ଏକ ବଡ ପରିବର୍ତ୍ତନ ବିଷୟରେ କହାଯାଇଛି। ମହିଳାଙ୍କ କର୍ମକ୍ଷେତ୍ର ଏବଂ ଗୃହସ୍ତ ଜୀବନରେ ସମନ୍ୱୟର ଅଭାବ ଯୋଗୁଁ ଦକ୍ଷିଣ କୋରିଆରେ ଜନ୍ମ ହାର ହ୍ରାସ ହେବାର ଅନ୍ୟ ଏକ କାରଣ ବୋଲି ବିଶ୍ୱାସ କରାଯାଏ। ଏଥି ସହିତ ଅନେକ ପରିବାର ଅର୍ଥ ଅଭାବ ଯୋଗୁଁ ସନ୍ତାନ ଜନ୍ମରୁ ଦୂରେଇ ରୁହନ୍ତି।

ଦକ୍ଷିଣ କୋରିଆରେ ଜନ୍ମ ହାର ହ୍ରାସକୁ ରୋକିବା ନିମନ୍ତେ ପରିବାର ପାଇଁ ଏକ ଯୋଜନା ଗତ ମାସରେ ଘୋଷଣା କରାଯାଇଥିଲା। ୨୦୨୨ରୁ ଏହା କାର୍ଯ୍ୟକାରୀ ହେବ। ଏହା ଅଧୀନରେ ପ୍ରତ୍ୟେକ ଜନ୍ମିତ ଶିଶୁର ପ୍ରତିପୋଷଣ ପାଇଁ ଏକ ଲକ୍ଷ ୩୫ ହଜାର ଟଙ୍କା ଖୋଲାଖୋଲି ଭାବେ ଦିଆଯିବ । ଆହୁରି ମଧ୍ୟ ଗୋଟିଏ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ପ୍ରତି ମାସରେ ୨୦,୨୨୭ ଟଙ୍କା ପାଇବେ ।

ଏଥି ସହିତ ଅନ୍ୟ ଦେଶମାନଙ୍କ ପରି ଦକ୍ଷିଣ କୋରିଆ ମଧ୍ୟ କରୋନା ମହାମାରୀର ଶିକାର ହୋଇଛି। ତେବେ ଠିକ୍ ସମୟରେ କରୋନାକୁ ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ କରୋନା ଯୋଗୁଁ କେବଳ ୯୮୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ମୋଟ ସଂକ୍ରମଣ ସଂଖ୍ୟା ୬୪,୨୬୪ ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories