www.samajalive.in
Sunday, December 7, 2025
26.1 C
Bhubaneswar

ସୁରକ୍ଷା ଲୋଡୁଛି ଚୁଡ଼ଙ୍ଗଗଡ଼

ଚନ୍ଦକା: ଇତିହାସ ପ୍ରସିଦ୍ଧ ଚୁଡ଼ଙ୍ଗଗଡ଼ ଆଜି ବିଲୁପ୍ତିର ଦ୍ବାରଦେଶରେ। ସରକାରୀ ଉଦାସୀନତା ଏହାର ସୁରକ୍ଷା ଓ ବିକାଶରେ ବାଧକ ସାଜିଛି। ଏହାର ଅନେକ ଜମି ଜବରଦଖଲରେ ଥିବାବେଳେ ବନବିଭାଗ ଏହା ମଧ୍ୟ ଦେଇ ରାସ୍ତା ନିର୍ମାଣ କରିଛି। ଚୋଡ଼ଗଙ୍ଗଦେବଙ୍କ ସମୟରେ ପ୍ରତିଷ୍ଠିତ ଏହି ପ୍ରାଚୀନ କୀର୍ତ୍ତିରାଜିର ଅନେକ ଭଗ୍ନାବଶେଷ ଧ୍ବଂସ ହୋଇସାରିଲାଣି।
ରାଣୀପୋଖରୀ, ହାତୀପୋଖରୀ ଓ ଚୁଡ଼ଙ୍ଗଗଡ଼ର ପ୍ରାଚୀର ଓ ଗଡ଼ଖାଇ ସବୁ ଭାଙ୍ଗିରୁଜି ନଷ୍ଟ ହୋଇସାରିଲାଣି। ପୋଖରୀ ସବୁ ପୋତି ହୋଇଗଲାଣି ଓ ଏହାର ଚତୁଃପାର୍ଶ୍ବରେ ଥିବା ପାଚେରିର ପଥର ସବୁ ଚୋରି ହୋଇସାରିଲାଣି। ବର୍ତ୍ତମାନ ଯାହା କିଛି ରହିଛି ତା’ର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହିଁ। ୨୦୦୩ରେ ମାଟିତଳୁ ପିତ୍ତଳ ହଣ୍ଡାର ଦୁଇଟି କଡ଼ା ଉଦ୍ଧାର ହୋଇଥିଲା। ଏହାର କିଛି ବର୍ଷ ପୂର୍ବରୁ ଏହି ସ୍ଥାନରୁ କିଛି କଳା ଚାଉଳ ମଧ୍ୟ ମାଟିତଳୁ ମିଳିଥିଲା।

 

- Advertisement -

ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ବି ଏହି କୀର୍ତ୍ତିରାଜିର ପୁନରୁଦ୍ଧାର ଓ ସୁରକ୍ଷା ପ୍ରତି ଧ୍ୟାନ ଦେଉନାହିଁ। ଚୁଡ଼ଙ୍ଗଗଡ଼ର ବିଶାଳ ପ୍ରାଚୀର ଚନ୍ଦକା ଅଭୟାରଣ୍ୟ ଭିତରେ ରହିଯାଇଛି। ଏହି ଗଡ଼କୁ ଲାଗି ଅନ୍ୟ ଏକ ଗଡ଼ ବୁଆଳି ଗଡ଼ ବି ଆଜି ଇତିହାସର ମୂକସାକ୍ଷୀ ଭାବେ ବିଦ୍ୟମାନ। ଚୁଡ଼ଙ୍ଗଗଡ଼ ଓ ବୁଆଳିଗଡ଼ ପ୍ରତି ସରକାରଙ୍କ ଉଦାସୀନତା ଏହି କୀର୍ତ୍ତିରାଜିକୁ ଧ୍ବଂସମୁଖରେ ଠେଲିଦେଉଛି। କେବଳ ବନ ବିଭାଗ ବୁଆଳିଗଡ଼ ପ୍ରବେଶପଥରେ ଏକ ତୋରଣ କରି କାମ ସାରିଦେଇଛି। ୨୦୦୮ରେ ଚୁଡ଼ଙ୍ଗଗଡ଼କୁ ଇକୋଟୁରିଜିମ୍‌ ପ୍ରକଳ୍ପରେ ସାମିଲ କରିବାକୁ ଯୋଜନା କରିଥିଲେ ମଧ୍ୟ ଏହା କାର୍ୟ୍ୟକାରୀ େହାଇପାରି ନାହିଁ। ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories