www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶା-ତାମିଲନାଡ଼ୁ; ମଣିପୁର-ରେଳବାଇ ସେମିଫାଇନାଲ

କଟକ : ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ୨୪ତମ ଜାତୀୟ ସିନିୟର ଫୁଟ୍‍ବଲ ଚମ୍ପିଆନ୍‍ସିପ୍‍ର ସେମିଫାଇନାଲରେ ପ୍ରବେଶ କରିଛି ଆୟୋଜକ ଓଡ଼ିଶା। ଗୁରୁବାର ଖେଳା ଯାଇଥିବା କ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ପଶ୍ଚିମବଙ୍ଗକୁ ୧-୦ ଗୋଲ୍‍ରେ ପରାସ୍ତକରି ଓଡ଼ିଶା ଶେଷ ୪ଟି ଦଳଙ୍କ ମଧ୍ୟରେ ସ୍ଥାନପାଇଛି। ଶନିବାର ତାମିଲନାଡ଼ୁ ବିପକ୍ଷରେ ଭାରତ ସେମିଫାଇନାଲ ଖେଳିବ। ଶନିବାର ଅନ୍ୟ ଏକ କ୍ୱାର୍ଟରଫାଇନାଲରେ ରେଳବାଇ ଓ ମଣିପୁର ମଧ୍ୟରେ ମୁକାବିଲା ହେବ।
ବିଡ଼ାନାସୀ ଗ୍ରାଉଣ୍ଡରେ ଖେଳା ଯାଇଥିବା ମ୍ୟାଚ୍‍ରେ ପଶ୍ଚିମବଙ୍ଗକୁ ୧-୦ ଗୋଲ୍‍ରେ ଓଡ଼ିଶା ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିବା ପରେ ୭୭ ମିନିଟରେ ଓଡ଼ିଶାର ଅଞ୍ଜୁ ତମାଙ୍ଗ୍‍ ବିଜୟସୂଚକ ଏକମାତ୍ର ଗୋଲ୍‍ ସ୍କୋର କରିଥିଲେ। ଅନ୍ୟ କ୍ୱାର୍ଟରଫାଇନାଲରେ ତାମିଲନାଡ଼ୁ ପେନାଲ୍‍ଟି ସୁଟ୍‍ଆଉଟରେ ଦିଲ୍ଲୀକୁ ୩-୨ ଗୋଲ୍‍ରେ ପରାସ୍ତ କରିଛି। ରେଭେନ୍‍ସା ଗ୍ରାଉଣ୍ଡରେ ଖେଳା ଯାଇଥିବା ଏହି ମ୍ୟାଚ୍‍ର ନିର୍ଦ୍ଧାରିତ ସମୟ ୧-୧ ଗୋଲ୍‍ରେ ଶେଷ ହୋଇଥିଲା। ୪୮ ମିନିଟରେ ତାମିଲନାଡ଼ୁର ଇନ୍ଦୁମତି ଗୋଲ୍‍ ଦେଇଥିବା ବେଳେ ୭୦ ମିନିଟରେ ଦିଲ୍ଲୀର ଡାଲିମା ଛିବର ଏହି ଗୋଲ୍‍ ସୁଝାଇ ଦେଇଥିଲେ। ପରେ ଟାଇବ୍ରେକରରେ ତାମିଲନାଡ଼ୁ ଆଗରେ ରହିଥିଲା। ମଣିପୁର କ୍ୱାର୍ଟରଫାଇନାଲରେ ପଞ୍ଜାବକୁ ୪-୧ ଗୋଲ୍‍ରେ ପରାସ୍ତ କରିଛି। ମଣିପୁର ପାଇଁ ଡାଙ୍ଗ୍‍ମେଇ ଗ୍ରେସ୍‍ ୩ ଓ ୨୨ ମିନିଟରେ ୨ଟି ଗୋଲ୍‍ ଦେଇଥିଲେ। ଅଧିନାୟିକା ଏନ୍‍. ବାଲାଦେବୀ ୪୨ ଓ ଏନ. ରତ୍ନମାଳା ଦେବୀ ୭୦ ମିନିଟରେ ଅନ୍ୟ ୨ଟି ଗୋଲ୍‍ ଦେଇଥିଲେ। ପଞ୍ଜାବର ଏସ୍‍. ତେଜିବାଳା ଦେବୀ ୬୧ ମିନିଟରେ ଏକମାତ୍ର ଗୋଲ୍‍ ଦେଇଥିଲେ। ଶେଷ କ୍ୱାର୍ଟରଫାଇନାଲରେ ରେଳବାଇ ୪-୦ ଗୋଲ୍‍ରେ ହରିୟାଣାକୁ ପରାସ୍ତ କରିଛି। ରେଳବାଇ ପାଇଁ ଅଧିନାୟିକା ୱାଇ. କମଳା ଦେବୀ ୨୨ ଓ ୩୫ ମିନିଟରେ ୨ଟି ଗୋଲ୍‍ ଦେଇଥିବା ବେଳେ କେ. ଏନ୍‍ଗୌବୀ ଦେବୀ ୬୯ ଓ ମନପ୍ରୀତ କୌର ୯୦ ମିନିଟରେ ଅନ୍ୟ ୨ଟି ଗୋଲ୍‍ ଦେଇଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories