www.samajalive.in
Sunday, December 14, 2025
17.1 C
Bhubaneswar

ବରିଷ୍ଠ ନାଗରିକ ଦେଶର ସଂପଦ : ବରିଷ୍ଠ ନାଗରିକ ସମାବେଶ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଲକ୍ଷ୍ମୀନାରାୟଣପୁରଠାରେ ୧୦ମ ବରିଷ୍ଠ ନାଗରିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଧାକେଶବପୁର ଗ୍ରାମର ସମାଜସେବୀ ବିଜୟ କୁମାର ସାହୁ ବିଗତ ୧୦ବର୍ଷ ହେବ ନିରବଚ୍ଛିନ୍ନ ଭାବେ ଆଠଗଡ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କର ଏକ ସମାବେଶ ଓ ବନ୍ଧୁମିଳନ ଆୟୋଜିତ କରିଆସୁଛନ୍ତି । ଚଳିତବର୍ଷ ଦର୍ପନାରାୟଣ ଦାସଙ୍କ ସଭାପତିତ୍ୱ ଓ ଶିକ୍ଷାବିତ୍‍ ହରିହର ପ୍ରଧାନଙ୍କ ସଂଯୋଜନାରେ ଏକ ଖୋଲା ଆମ୍ବ ତୋଟା ମଧ୍ୟରେ ଅନୁଷ୍ଠିତ ଏହି ସମାବେଶରେ ୬୦ବର୍ଷ ବୟସରୁ ୧୦୬ବର୍ଷ ବୟସ ପର୍ଯ୍ୟନ୍ତ ଶତାଧିକ ବୟୋଜ୍ୟେଷ୍ଠ ନାଗରିକ ଯୋଗଦେଇ ସେମାନଙ୍କର କର୍ମମୟ ଜୀବନର ଅଭିଜ୍ଞତା, ରାଜାରାଜୁଡା ଶାସନ, ବିଭିନ୍ନ ପର୍ବପର୍ବାଣୀ, ସ୍ୱାଧୀନତା ଆନ୍ଦୋଳନ ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଏହି ସମାବେଶରେ ଯୋଗଦେଇଥିବା ଲକ୍ଷ୍ମୀନାରାୟଣପୁର ଗ୍ରାମର ୧୦୬ବର୍ଷ ବୟସ୍କ ଭ୍ରମରବର ସାହାଣୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଯୋଗଦେଇଥିବା ସର୍ବଶ୍ରୀ ନିର୍ମଳ ପଟ୍ଟନାୟକ, ପରମାନନ୍ଦ ସାମଲ, ଯୋଗେନ୍ଦ୍ର ସାହାଣୀ, ସନାତନ ସ୍ୱାଇଁ, ଯୁଧିଷ୍ଠିର ରାଉଳ, ଉମେଶଚନ୍ଦ୍ର ସାହୁ, ବିଶ୍ୱନାଥ ପଣ୍ଡା, ରମେଶଚନ୍ଦ୍ର ମହାନ୍ତି, ବ୍ରହ୍ମାନନ୍ଦ ସାହୁ, ଅଗାଧୁ ଚରଣ ବେଉରା, ବ୍ରଜକିଶୋର ପଟ୍ଟନାୟକ, ଦେବରାଜ ବିଶ୍ୱାଳ, ଇଂ ଶିବପ୍ରସାଦ ପଣ୍ଡା ଓ ବିଜୟ କୁମାର ସେନାପତି ପ୍ରମୁଖ ଉଦ୍‍ବୋଧନ ଦେଇ ସେମାନଙ୍କର ଅଭିଜ୍ଞତା ଏବଂ ଏହି ସମାବେଶ ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ରସାନନ୍ଦ ସାହୁ, ରମେଶଚନ୍ଦ୍ର ସ୍ୱାଇଁ, ପର୍ଶୁରାମ ସାହୁ, ମାନଗୋବିନ୍ଦ ସ୍ୱାଇଁ, ଗନ୍ଧର୍ବ ବେଉରା ଓ ଫକିର ଚରଣ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories