ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ବନଦୁର୍ଗା ଜରାଶ୍ରମ ପରିସରରେ ବରିଷ୍ଠ ନାଗରିକ ସୁରକ୍ଷା ଦିବସ ପାଳିତ ହୋଇଅଛି ।ଜରାଶ୍ରମ ସମ୍ପାଦିକା ବାସନ୍ତି ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ତହସିଲଦାର ଶିବାନୀ ଦାଶ, ପରାମର୍ଶଦାତା କର୍ଣ୍ଣେଲ ଅମିତ କୁମାର ନନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଥମେ ଜରାଶ୍ରମରେ ଥିବା ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଯୋଗ ଶିଖାଯାଇଥିଲା। ବିଡିଓ ଏବଂ ତହସିଦାର ଅନ୍ତେବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ପରେ ଅତିଥି ମାନଙ୍କ ଗ୍ରହଣରେ କେକ୍ କଟାଯାଇଥିଲା । ଶେଷରେ ଘୁଡକା ନୃତ୍ୟ ପରିବେଷଣ ହୋଇଥିଲା।
Popular Categories



