www.samajalive.in
Wednesday, December 10, 2025
23.1 C
Bhubaneswar

ବିର୍ଲ୍ଲା ସ୍କୁଲ ଅଫ୍‌ କମର୍ସ ପକ୍ଷରୁ “ବିକଶିତ ଭାରତ” ସମ୍ବନ୍ଧୀତ ଆଲୋଚନାଚକ୍ର

ଭୁବନେଶ୍ୱର: ବିର୍ଲା ସ୍କୁଲ ଅଫ୍‍ କମର୍ସ, ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଭୁବନେଶ୍ୱର ପକ୍ଷରୁ “ବିକଶିତ ଭାରତ ଅ୨୦୪୭” ଉପରେ ଛାତ୍ରଛାତ୍ରୀମାନଙ୍କ ବିଚାର ଧାରା ଓ ଲକ୍ଷ୍ୟ ସମ୍ପର୍କୀତ ଏକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରୋଟାରୀଆନ୍‌ ଜୟଶ୍ରୀ ମହାନ୍ତି , ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀ ଇଣ୍ଟର ନ୍ୟାଶନାଲ, ସହ-ପ୍ରତିଷ୍ଠାତା ଏବଂ ପ୍ରେସିଡେଣ୍ଟ ଲ୍ୟୁମିନସ୍‌ ଇନ୍‌ଫୋୱେଜ୍‌, ମେମ୍ବର ଷ୍ଟାର୍ଟ ଅପ୍‌ ଟାସ୍କ ଫୋର୍ସ ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସହ ପ୍ରଫେସର ଭବାନୀ ଶଙ୍କର ନାୟକ, ବିଜିନେସ୍‌ ମ୍ୟାନେଜମେଣ୍ଟ, ଲଣ୍ଡନ ମେଟ୍ରୋପଲିଟାନ୍‌ ୟୁନିଭରସିଟି ସମ୍ମାନୀତ ଅତିଥି ରୂପେ ଏଥିରେ ଯୋଗ ଦେଇଥିଲେ । ଜୟଶ୍ରୀ ମହାନ୍ତି ମହିଳା ସଶକ୍ତିକରଣ ଏବଂ ସମାଜରେ ମହିଳାମାନଙ୍କ ସଫଳତାର ବିଭିନ୍ନ ମାଇଲଖୁଣ୍ଟ ଉପରେ ଆଲୋକପାତ କରିଥିଲେ । ପ୍ରଫେସର ଭବାନୀ ଶଙ୍କର ନାୟକ ଆବଶ୍ୟକତା ଭିତ୍ତିକ ସମାଜ ଓ ଇଛା ଭିତ୍ତିକ ସମାଜ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଆଲୋକପାତ କରି “ବିକଶିତ ଭାରତ ଅ୨୦୪୭” ସମ୍ପର୍କୀତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିର୍ଲା ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର ପି.ପି. ମାଥୁର ତାଙ୍କ ସମ୍ବୋଧନରେ ଭବିଷ୍ୟତ-କୈନ୍ଦ୍ରିକ ବିକାଶ, ଆଧୁନିକ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ବି.କେ ଦାସ ଓଡିଶା ଜାତୀୟ ଅର୍ଥନୀତିରେ ପ୍ରତିଯୋଗିତାମୂଳକ ଅବଦାନ ପାଇଁ ଏକ ସୁଯୋଗର ହବ୍‌ରେ ପରିଣତ ହୋଇଛି ବୋଲି କହିଥିଲେ । ବିର୍ଲ୍ଲା ସ୍କୁଲ ଅଫ୍‌ କମର୍ସର ଡିନ୍‌ ପ୍ରଫେସର ସାମସନ ମହାରଣା ନିଜ ସ୍ୱାଗତ ଭାଷଣରେ ଭାରତୀୟ ଅର୍ଥନୀତିର ବିଭିନ୍ନ ଆହ୍ୱାନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଏକ ଭଏସ୍‌ ଅଫ୍‌ ୟୁଥ୍‌ ଅ୨୦୪୭ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସାରା ରାଜ୍ୟରୁ ୨୪ ଟି ଟିମ୍‌ ଭାଗ ନେଇଥିଲେ ଏବଂ ବିଜୟୀ ଟିମ୍‌କୁ ପୁରସ୍କୃତ କରାଯାଇଥିଲା । ବିର୍ଲ୍ଲା ସ୍କୁଲ ଅପ୍‌ କମର୍ସର ଆସିଷ୍ଟାଣ୍ଟ ପ୍ରଫେସର ଲୋପାମୁଦ୍ରା ନାୟକ ଏବଂ ଅଶ୍ୱିନୀ କୁମାର ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସହ ଡଃ ଆର୍‌ .କେ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

Related Articles

Popular Categories