www.samajalive.in
Wednesday, December 10, 2025
23.1 C
Bhubaneswar

କଣ୍ଟାବାଞ୍ଜି ବୈଷୟିକ ଡିଗ୍ରୀ ମହାବିଦ୍ୟାଳୟରେ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନାଚକ୍ର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ନୂଆ ଓଡିଶା ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଏକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବରିଷ୍ଠ ଶିକ୍ଷାବିତ ଡ. ଗୋବର୍ଦ୍ଧନ ନାଏକ ମୁଖ୍ୟ ଅତିଥି, ମୁକୁନ୍ଦି ଲାଲ ଅଗ୍ରୱାଲ, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ସଞ୍ଜିବନୀ ସୁଧା ରଥ ଓ କବି ଡାକ୍ତର ସୁମନ୍ତ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଡ଼କ୍ଟର ଗୋବର୍ଦ୍ଧନ ନାଏକ ଜଗନ୍ନାଥ ସଂସ୍କୃତିର ଆବଶ୍ୟକତା ଓ ଏହାର ବିକାଶ କିପରି ହେଇପାରିବ ସେ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ସଞ୍ଜିବନୀ ସୁଧା ରଥ ଓ ସୁମନ୍ତ ପାଢ଼ୀ ତାଙ୍କ ଅଭିଭାଷଣରେ ଜଗନ୍ନାଥ ସଂସ୍କୃତିର ଉତ୍ପତି ଓ ଆଜିର ଆଧୁନିକ ସମାଜରେ ଏହାର କାର୍ଯ୍ୟକାରିତା ଓ ବାସ୍ତବତା ବିଷୟରେ ଆଲୋକପାତ କରିଥିଲେ ।

- Advertisement -

ଏହି ସଭାରେ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଔପଢ଼କନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ. ସଞ୍ଜୟ କୁମାର ମିଶ୍ର ମଞ୍ଚରେ ସ୍ୱାଗତ ଭାଷଣ ପ୍ରଦାନ କରି ସଭା ପରିଚାଳନା କରିଥିଲେ । ସମସ୍ତ ଅଧ୍ୟାପକ- ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories