www.samajalive.in
Monday, December 15, 2025
26.1 C
Bhubaneswar

୩୧ରେ ବଡ଼ ପରଦାକୁ ଆସିବ ଶେହନାଜଙ୍କ ‘ଇକ୍‌ କୁଡ଼ି’, ଫିଲ୍ମରେ ଦେଖିବାକୁ ମିଳିବ କମେଡି ଡ୍ରାମା

ମୁମ୍ବାଇ ୨୪/୧୦: ଶେହନାଜ ଗିଲ୍‌ଙ୍କ ଅପ୍‌କମିଙ୍ଗ ପଞ୍ଜାବୀ କମେଡି ଡ୍ରାମା  ‘ଇକ୍‌ କୁଡ଼ି’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମରଜିତ ସିଂହ ସରୋଁ । ଫିଲ୍ମର କାହାଣୀ ବ୍ୟବସ୍ଥିତ ବିବାହ ଉପରେ ପର୍ଯ୍ୟବସିତ । ୨ ମିନିଟ୍‌ ୪୮  ସେକେଣ୍ଡ୍‌ର ଏହି ଟ୍ରେଲର୍‌ ଦୁଇଟି  ପିଢ଼ିର କାହାଣୀ ସହିତ ଆରମ୍ଭ ହୋଇଛି । ସିମ୍ମି ଭୂମିକାରେ ଅଭିନୟ କରିଛନ୍ତି ଶେହନାଜ । ବ୍ୟବସ୍ଥିତ ବିବାହ ଜରିଆରେ ସେ ନିଜର ଜୀବନସାଥୀ ଖୋଜୁଛନ୍ତି ।  ଚାହୁଁଥିବା ସବୁ ଗୁଣସମ୍ପନ୍ନ ଜଣେ ମଣିଷ ଖୋଜୁ ଖୋଜୁ  ସେ ସମାଜର ନିୟମକୁ ଉଲ୍ଲଂଘନ କରିଛନ୍ତି । ଏହା ପରେ  କାହାଣୀ ମଜାଦାର ମୋଡ଼ ନେଇଛି । ବର୍ତ୍ତମାନ ସମାଜରେ  ଯାହା ଘଟୁଛି, ଫିଲ୍ମରେ ତାହା ପ୍ରଦର୍ଶିତ ହୋଇଛି ।

ମହିଳାମାନେ ବର୍ତ୍ତମାନ ଯତ୍ନ ନେଉଥିବା, ସାହସୀ ଓ  ପ୍ରେମ କରୁଥିବା ସାଥୀ ଖୋଜୁଛନ୍ତି । ଯିଏ ଘର କାମରେ ସାହାଯ୍ୟ କରିବା ସହିତ ପରିବାରକୁ ମଧ୍ୟ ଦେଖୁଥିବ ।  ଫିଲ୍ମରେ ଭରପୂର ମଜାମସ୍ତି, ଆବେଗ, ରୋମାଞ୍ଚ ରହିଛି,  ଯାହାକୁ ପରିବାର ସହିତ ଥିଏଟରରେ ଦେଖିବାକୁ ଦର୍ଶକ  ପସନ୍ଦ କରିବେ ବୋଲି ଶେହନାଜ ଆଶା କରୁଛନ୍ତି । ଆସନ୍ତା  ୩୧ ତାରିଖରେ ଫିଲ୍ମଟି ବିଶ୍ୱସ୍ତରରେ ମୁକ୍ତିଲାଭ କରିବ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories