www.samajalive.in
Friday, December 5, 2025
26.1 C
Bhubaneswar

ପାକିସ୍ତାନର ହନୁକରଣ ନୀତି: ବିଦେଶକୁ ପଠାଇବ ଶାନ୍ତିଦୂତ ବାହିନୀ

ଇସଲାମାବାଦ : ଅପରେସନ ସିନ୍ଦୂର ସମ୍ପର୍କରେ ବିଶ୍ବ ସମୁଦାୟଙ୍କୁ ଅବଗତ କରାଇବା ଲାଗି ଭାରତ ସରକାର ବହୁଦଳୀୟ ପ୍ରତିନିଧି ମଣ୍ଡଳୀ ପଠାଇବାର ଯୋଜନା କରିଛନ୍ତି। ‘ଗ୍ଲୋବାଲ ଆଉଟ୍‌ରିଚ୍’ ନାମରେ ଭାରତ ସରକାର ଆପଣାଇଥିବା ଏହି ଯୋଜନାରେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ବିଶ୍ବ ସମୁଦାୟଙ୍କୁ ଅବଗତ କରାଯିବ। ଭାରତ ସରକାରଙ୍କ ଏହି କୂଟନୈତିକ ଯୋଜନାର ଅନୁରୂପ ଯୋଜନା ପାକିସ୍ତାନ ଆପଣାଇବାକୁ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନ ନିଜର ଆନ୍ତର୍ଜାତିକ ଭାବମୂର୍ତ୍ତିକୁ ସୁରକ୍ଷା ଦେବା ଲାଗି ଶାନ୍ତି ଦୂତ ନାମରେ ଏକ ପ୍ରତିନିଧି ଦଳକୁ ବିଭିନ୍ନ ରାଷ୍ଟ୍ରକୁ ପ୍ରେରଣ କରିବ। ଶନିବାର ଭାରତ ସରକାର ଗ୍ଲୋବାଲ ଆଉଟରିଚ୍ ଯୋଜନା ନିମନ୍ତେ ପ୍ରତିନିଧି ଦଳ ଘୋଷଣା କରିବାର କିଛି ଘଣ୍ଟା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତରବରିଆ ଭାବେ ଏପରି ନିଷ୍ପତ୍ତି ନେଇଛନ୍ତି। ନିଜର ଯୋଜନା ସମ୍ପର୍କରେ ଶେହବାଜ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ସହିତ ଆଲୋଚନା କରିଥିଲେ। ବିଲାୱଲଙ୍କୁ ଉକ୍ତ ଶାନ୍ତି ବାହିନୀର ନେତୃତ୍ବ ନେବାକୁ କହିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଶାନ୍ତି ଦୂତ ପ୍ରେରଣ ଯୋଜନା ସମ୍ପର୍କରେ ରବିବାର ଜର୍ଦ୍ଦାରୀ ତାଙ୍କ ​ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି। ଏହା ସହିତ ତାଙ୍କ ଉକ୍ତ ଶାନ୍ତି ବାହିନୀ ନେତୃତ୍ବ ନେବା ଲାଗି ପ୍ରଧାନମନ୍ତ୍ରୀ ନିବେଦନ କରିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ସେ ଗ୍ରହଣ କରିବା ପୂର୍ବକ ଶାନ୍ତି ଦୂତ ବାହିନୀର ନେତୃତ୍ବ ନେବାକୁ ବିଲାୱଲ ସମ୍ମତି ପ୍ରକାଶ କରିଛନ୍ତି।
ପାକିସ୍ତାନ ସରକାରଙ୍କ ଏହି ତରବରିଆ ଯୋଜନା ଭାରତ ସରକାରଙ୍କ ଗ୍ଲୋବାଲ ଆଉଟରିଚ୍‌ ଯୋଜନାକୁ ହନୁକରଣ କରିବା ସହିତ ସମାନ। ଏହି ଯୋଜନାରେ ପାକିସ୍ତାନ ନିଜର ଭାବମୂର୍ତ୍ତିକୁ ସୁରକ୍ଷା ଦେବା ଲାଗି ଉଦ୍ୟମ କରିଛନ୍ତି। ଆତଙ୍କବାଦକୁ ସମର୍ଥନ କରିବାକୁ ନେଇ ପାକିସ୍ତାନ ସରକାର ଆନ୍ତର୍ଜାତିକସ୍ତରରେ ନିନ୍ଦିତ ହୋଇ ଆସୁଛି। ଏପରିସ୍ଥିତିରେ ବିଲାୱଲଙ୍କ ନେତୃତ୍ବରେ ବିଦେଶ ଯିବାକୁ ଥିବା ଶାନ୍ତି ଦୂତ ବାହିନୀ କଡା ସମାଲୋଚନାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଭାରତ ସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡାସ୍ଥଳକୁ ଧ୍ବଂସ କରିବା ଲାଗି ମେ ୬ ଓ ୭ ତାରିଖ ରାତିରେ ଅପରେସନ ସିନ୍ଦୂର ନାମରେ ସାମରିକ ଅଭିଯାନ କରିଥିଲା।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories