www.samajalive.in
Saturday, December 6, 2025
14.1 C
Bhubaneswar

୨ ଆତଙ୍କୀ ସହଯୋଗୀ ଗିରଫ: ୨ ପିସ୍ତଲ ଓ ୪ ଗ୍ରେନେଡ ସହ ୪୩ ଗୁଳି ଜବତ

ଶୋପିଆନ : ଜମ୍ମୁ କାଶ୍ମୀରରୁ ୨ଜଣ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଶୋପିଆନ ଜିଲାରୁ ୨ଜଣ।ତଙ୍କବାଦୀଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରିଥିବା ସୂଚନା ଦେଇଛି। ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୪ଟି ଗ୍ରେନେଡ୍‌‌ ଏବଂ ୪୩ ଅଫୁଟାଗୁଳି ଜବତ ହୋଇଛି। ଭାରତୀୟ ସେନା, ସିଆରପିଏଫ୍‌‌ ଏବଂ ଶୋପିଆନ ପୁଲିସ ପକ୍ଷରୁ ମିଳିତ ଭାବେ ଅପରେସନ କରାଯାଇଥିଲା।

ଏହି ଅପରେସନ ସମୟରେ ଆତଙ୍କବାଦୀମାନଙ୍କୁ ସହଯୋଗ କରୁଥିବା ୨ଜଣ ବ୍ୟକ୍ତିଙ୍କ ଘରେ ଚଢ଼ାଉ ହୋଇଥିଲା। ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୪ଟି ଗ୍ରେନେଡ୍‌‌ ଏବଂ ୪୩ ଅଫୁଟାଗୁଳି ଜବତ କରାଯାଇଥିଲା। ଉଭୟଙ୍କୁ ଗିରଫ ପରେ ପଚରାଉଚୁରା ଚାଲିଛି ଏବଂ ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories