www.samajalive.in
Monday, December 15, 2025
26.1 C
Bhubaneswar

‘ସେଲ୍ଫି ଷ୍ଟିକ୍’ ନୁହେଁ, ଯୁବତୀ-ମହିଳାମାନେ ପାଖରେ ରଖନ୍ତୁ ‘ସେଫ୍ଟି ଷ୍ଟିକ୍’

‘ସେଲ୍ଫି ଷ୍ଟିକ୍’ ନୁହେଁ, ବର୍ତ୍ତମାନ ଭାରତର ପ୍ରମୁଖ ମହାନଗରୀଗୁଡ଼ିକରେ ‘ସେଫ୍ଟି ଷ୍ଟିକ୍’ ବିକ୍ରିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଯୁବତୀ ଓ ମହିଳାଙ୍କ ସୁରକ୍ଷାର ଅସ୍ତ୍ର ଭାବେ କାମ କରୁଥିବା ଏହି ଷ୍ଟିକ୍ ପ୍ରଥମେ ଦିଲ୍ଲୀ ବଜାରରେ ବିକ୍ରି ଆରମ୍ଭ ହୋଇଥିଲା। ପ୍ରତ୍ୟେକ ପ୍ରାନ୍ତରେ ମହିଳାଙ୍କ ସୁରକ୍ଷା ପାଇଁ କେତେକ କମ୍ପାନୀ ଦୁଇଟି ଅସ୍ତ୍ର ନିର୍ମାଣ କରିଛନ୍ତି। ଗୋଟିଏ ହେଲା, ‘ବିଦ୍ୟୁତ୍‌ଚାଳିତ ଟର୍ଚ୍ଚ’ ଓ ଅନ୍ୟଟି ‘ସେଫ୍ଟି ଷ୍ଟିକ୍’। ବିଦ୍ୟୁତ୍‌ଚାଳିତ ଟର୍ଚ୍ଚ ବ୍ୟାଟେରି ଚାଳିତ ହୋଇଥିବାବେଳେ ଏହାର ସୁଇଚ୍‌କୁ ଟିପିଲେ ଉଚ୍ଚ କ୍ଷମତାସମ୍ପନ୍ନ କରେଣ୍ଟ ଲାଗିବ, ଯାହା ଆକ୍ରମଣକାରୀକୁ ଆଘାତ ପହଞ୍ଚାଇବ। ଏଇ ସମୟ ମଧ୍ୟରେ ଯୁବତୀ ଅବା ମହିଳାଜଣକ ଘଟଣାସ୍ଥଳରୁ ଦୌଡ଼ି ପଳାଇପାରିବେ। ‘ସେଫ୍ଟି ଷ୍ଟିକ୍‌’ ମଧ୍ୟ ସେହିଭଳି କାମ କରିବ, କିନ୍ତୁ ଏହାକୁ ନିୟମିତ ଚାର୍ଜ କରିବା ଜରୁରୀ। ‘ବିଦ୍ୟୁତ୍‌ଚାଳିତ ଟର୍ଚ୍ଚ’ ର ମୂଲ୍ୟ ୬୦୦ ଟଙ୍କା ଓ ‘ସେଫ୍ଟି ଷ୍ଟିକ୍’ର ମୂଲ୍ୟ ୫୦୦ ଟଙ୍କା ଧାର୍ୟ୍ୟ ହୋଇଛି। ଏହି ସୁରକ୍ଷା ଅସ୍ତ୍ରକୁ ଛୋଟ ଆକାରରେ ବ୍ୟାଗ୍‌ରେ କିମ୍ବା ପର୍ସରେ ମଧ୍ୟ ରଖିହେବ। ଆବଶ୍ୟକ ପଡ଼ିଲେ ଏହାର ଉପଯୋଗ କରିହେବ। ଦିଲ୍ଲୀର ମେଡିକାଲ ଛାତ୍ରୀ ଅନନ୍ୟା ବସୁ କହିଛନ୍ତି, ଅନେକ ସମୟରେ କଲେଜରୁ ହଷ୍ଟେଲ୍ ଫେରିବା ସମୟରେ ନିଜ ସୁରକ୍ଷାକୁ ନେଇ ବ୍ୟତିବ୍ୟସ୍ତ ଲାଗେ। ଏବେ କିନ୍ତୁ ‘ସେଫ୍ଟି ଷ୍ଟିକ୍‌’ର ବ୍ୟବହାର କରି ସେ ନିଜକୁ ସୁରକ୍ଷିତ ମଣୁଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories