www.samajalive.in
Sunday, December 7, 2025
14.1 C
Bhubaneswar

ଓୱେସୀଙ୍କ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍ ଦେଇଥିବା ଯୁବତୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ବେଙ୍ଗାଲୁରୁ: ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) ଦଳର ଅଧ୍ୟକ୍ଷ ଅସାଉଦ୍ଦିନ ଓୱେସୀ ଗୁରୁବାର ବେଙ୍ଗୋଲୁରୁରେ କରୁଥିବା ସିଏଏ-ବିରୋଧୀ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍ ଦେଇଥିବା ଯୁବତୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ସହ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

- Advertisement -

ଅମୂଲ୍ୟା ଲେଓନା ନାମକ ଯୁବତୀ ଗୁରୁବାର ବେଙ୍ଗୋଲୁରୁରେ ଏଆଇଏମଆଇଏମର ମୁଖ୍ୟ ଅସୁଦୁଦ୍ଦୀନ ଓୱେସୀ ଗୁରୁବାର ବେଙ୍ଗୋଲୁରୁରେ କରୁଥିବା ସିଏଏ-ବିରୋଧୀ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍ ଦେଇଥିଲେ। ଯୁବତୀଙ୍କ ପାକିସ୍ତାନ ଜିନ୍ଦାବାଦ ଶ୍ଲୋଗାନ ଦେଇଥିବା ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଦେଖାଯାଉଛି କି ଅସୁଦିଦ୍ଦୀନ ମଞ୍ଚରୁ ଫେରିବା ସମୟରେ ଏହି ଘଟଣା ଘଟିଥିଲା। ସେହି ସମୟରେ ମାଇକ ହାତରେ ଧରି ଅମୂଲ୍ୟା ଲେଓନା ନାମକ ଯୁବତୀ ପାକିସ୍ତାନ ଜିନ୍ଦାବାଦ ଶ୍ଲୋଗାନ ଦେଇଥିଲେ । ଏହାକୁ ଶୁଣି ଓୱେସି ଅଟକିଯାଇଥିଲେ। ଏବଂ ସେ ଯୁବତୀଙ୍କ ହାତରୁ ମାଇକ ଛଡାଇବା ପାଇଁ ପ୍ରୟାସ କରିଥିଲେ। କିଛି ସମୟ ପରେ ଓୱେସିଙ୍କ ସମର୍ଥକମାନେ ସଂପୃକ୍ତ ଝିଅକୁ ମଞ୍ଚରୁ ନେଇ ଯାଇଥିଲେ।

ସୂଚନାଅନୁସାରେ ଅମୂଲ୍ୟାଙ୍କ ଘର କର୍ଣ୍ଣାଟକର ଚିକ୍ମାଗାଲୁର ଅଞ୍ଚଳରେ। ଅମୂଲ୍ୟାଙ୍କର ଏଭଳି କାର୍ୟ୍ୟକୁ ତାଙ୍କ ବାପା ନାପସନ୍ଦ କରି କହିଛନ୍ତି ଯେ ‘ସିଏଏ’ ବିରୋଧୀ ରାଲିରେ ତାଙ୍କ ଝିଅ ଯାହା କହିଛି ତାହା ସମ୍ପୂର୍ଣ୍ଣ ଭୁଲ୍। ସେ ତାଙ୍କ ଝିଅଙ୍କୁ ମୁସଲମାନଙ୍କ ସହ ନମିଶିବା ପାଇଁ କହିଥିଲେ ମଧ୍ୟ ସେ ଶୁଣିନଥିଲେ ।
ଏହି ଘଟଣା ପରେ ପ୍ରତିକ୍ରିୟା ପ୍ରକାଶ କରି ଓୱେସୀ କହିଛନ୍ତି ଯେ ମୁଁ ଏଭଳି କାର୍ୟ୍ୟକୁ ନିନ୍ଦା କରୁଛି। ମୁଁ ମଧ୍ୟ ଜାଣିନି, ଏ ଯୁବତୀ କିଏ। ସେତେବେଳେ ତୁରନ୍ତ ତାଙ୍କ ପାଖକୁ ଧାଇଁ ଯାଇ କହିଥିଲି ଯେ ଏ ଭଳି ବାଜେ କଥା ମୁଁ ସହ୍ୟ କରିପାରିବି ନାହିଁ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories