www.samajalive.in
Saturday, December 6, 2025
26.1 C
Bhubaneswar

ସାଧାରଣ ଜନତାଙ୍କ ପସନ୍ଦର ସ୍ଥାନ ସିକନ୍ଦରାବାଦ ରାଷ୍ଟ୍ରପତି ନୀଳୟମ

ଡେସ୍କ: ଭାରତର ରାଷ୍ଟ୍ରପତିଙ୍କ ଶୀତକାଳୀନ ବାସସ୍ଥାନ ଭାବେ ପରିଚିତ ସିକନ୍ଦରାବାଦର ରାଷ୍ଟ୍ରପତି ନୀଳୟମ ଗତ ବର୍ଷ ମାର୍ଚ୍ଚରେ ସାଧାରଣ ଜନତାଙ୍କ ପାଇଁ ଖୋଲିବା ପରଠାରୁ ଅଧିକରୁ ଅଧିକ ଲୋକଙ୍କୁ ଆକର୍ଷିତ କରୁଛି। ରାଷ୍ଟ୍ରପତି ନୀଳୟମରେ ଥିବା ଐତିହାସିକ କୋଠା ବିଷୟରେ ଜାଣିବା, ଐତିହ୍ୟକୁ ବୁଝିବା ଏବଂ ଏହାର ଆଖପାଖରେ ଥିବା ପରିବେଶର ଶାନ୍ତି ଉପଭୋଗ କରିବା ଲୋକମାନଙ୍କ ପାଇଁ ଅଧିକ ଆକର୍ଷଣ ସୃଷ୍ଟି କରୁଛି।

ଶ୍ରୀଲଙ୍କା ପର୍ଯ୍ୟଟନର ପ୍ରମୁଖ ଉତ୍ସ ଭାରତୀୟ ପର୍ଯ୍ୟଟକ

- Advertisement -

ରାଷ୍ଟ୍ରପତି ନୀଳୟମର ଇତିହାସ ଆରମ୍ଭ ହୁଏ ୧୮୬୦ ଦଶକରେ ଥିଲା ଯେତେବେଳେ ଏହା ପ୍ରଥମେ ବ୍ରିଟିଶ ବାସିନ୍ଦା ଏବଂ ପରେ ନିଜାମଙ୍କ ମୁଖ୍ୟ ସାମରିକ ଅଧିକାରୀଙ୍କ ଘର ଥିଲା। ଭାରତ ସହିତ ହାଇଦ୍ରାବାଦ ମିଶିବା ପରେ ଏହା ଭାରତର ରାଷ୍ଟ୍ରପତିଙ୍କ ଶୀତକାଳୀନ ବାସସ୍ଥାନ ହୋଇଥିଲା। ୧୬୩ ବର୍ଷ ପୁରୁଣା ଏହି କୋଠା ଏବଂ ଆଖପାଖ ସ୍ଥାନଗୁଡ଼ିକ ନାଗରିକମାନଙ୍କୁ ଏହାର ସମୃଦ୍ଧ ଇତିହାସ ଏବଂ ନୀଳୟମର ବିଭିନ୍ନ ସଂରକ୍ଷିତ ବ୍ୟବସ୍ଥା ସହିତ ଯୋଡ଼ିହେବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରେ। ଗତବର୍ଷ ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଆରପି ନୀଳୟମର ଦ୍ୱାର ସାଧାରଣ ଜନତାଙ୍କ ପାଇଁ ଖୋଲିବା ପରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ଲକ୍ଷ ଲୋକ ଏହି ପରିସରକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସ୍କୁଲ ପିଲା ଯେଉଁମାନେ ଅନୁଷ୍ଠାନର ସମୃଦ୍ଧ ଇତିହାସ ଏବଂ ଐତିହ୍ୟ ସହିତ ଯୋଡ଼ି ହେବାର ସୁଯୋଗ ପାଇଛନ୍ତି। ଲୋକମାନେ ପ୍ରାୟ ୨୦ଟି ପ୍ରମୁଖ ବିଷୟ ପରିଦର୍ଶନ କରି ଦେଖିପାରିବେ। ସେଥିମଧ୍ୟରୁ ନିକଟରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପ୍ରାୟ ଅଧା ଡଜନ ଉଦଘାଟିତ ହୋଇଛି। ୧୯୪୮ ମସିହାରେ ପ୍ରଥମ ଥର ପାଇଁ ନୀଳୟମରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

ନିର୍ମାଣାଧୀନ କୋଠା ଭୁଶୁଡ଼ି ୫ ମହିଳା ମୃତ

ଏହାବ୍ୟତୀତ ନୀଳୟମରେ ୧୬ ବଖରା ବିଶିଷ୍ଟ ମୁଖ୍ୟ କୋଠା, ୧୨ଟି ରାଶିକୁ ପ୍ରତିନିଧିତ୍ୱ କରିବା ପାଇଁ ଗଛ ଓ ଏକ ନକ୍ଷତ୍ର ବଗିଚା, ଏକ ଔଷଧୀୟ ବଗିଚା ଏବଂ ୧୬୦ ବର୍ଷ ପୁରୁଣା ବରଗଛ, ଯେଉଁଥିରେ ରାଷ୍ଟ୍ରପତି ନୀଳୟମର ଆକର୍ଷଣୀୟ କାହାଣୀ ବର୍ଣ୍ଣନା କରାଯାଇଛି, ତାହା ଲୋକଙ୍କୁ ଆକୃଷ୍ଟ କରୁଛି। ଏହାବ୍ୟତୀତ ପରିସରରେ ସ୍ଥାପିତ ସଂଗ୍ରହାଳୟ, ପ୍ରତ୍ୟେକ ସ୍ଥାନରେ ସ୍ଥାପିତ ଅଡିଓ ଭିଜୁଆଲ୍ ଗ୍ୟାଲେରୀ ଏବଂ ସ୍ଥାନୀୟ ଐତିହ୍ୟ ପର୍ଯ୍ୟଟକମାନଙ୍କୁ ରାଷ୍ଟ୍ରପତି ନୀଳୟମ ବିଷୟରେ ଜାଣିବା ପାଇଁ ବହୁତ କିଛି ପ୍ରଦାନ କରୁଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories