www.samajalive.in
Monday, December 15, 2025
17.1 C
Bhubaneswar

ଦ୍ବିତୀୟ ଟେଷ୍ଟ: ଗୋଟିଏ ଇନିଂସ, ୧୫୯ ରନରେ ହାରିଲା ଭାରତ

ଲର୍ଡସ : ପ୍ରଥମ ଟେଷ୍ଟମ୍ୟାଚ୍‍ରେ ପରାଜୟ ପରେ ଦ୍ବିତୀୟ ଟେଷ୍ଟରେ ମଧ୍ୟ ଭାରତ ଗୋଟିଏ ଇନିଂସ ଓ ୧୫୯ ରନରେ ପରାଜୟ ବରଣ କରିଛି । ଘରୋଇ ଇଂଲଣ୍ଡ ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ବିରୋଧରେ ପ୍ରାଧାନ୍ୟ ବିସ୍ତାରକରି କ୍ରମାଗତ ୨ୟ ଟେଷ୍ଟମ୍ୟାଚ୍‍ରେ ବିଜୟ ଲାଭ କରିଛି । କ୍ରିସ୍‍ ୱକ୍‍ସ, ଜନି ବେୟାରଷ୍ଟୋ ଓ ସାମ୍‍ କରନ୍‍ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୯ ରନ୍‍ରେ ଆଗୁଆ ରହିବା ପରେ ୨ୟ ଇନିଂସରେ ସମସ୍ତ ଭାରତୀୟ ବ୍ୟାଟ୍‍ସମ୍ୟାନଙ୍କୁ ଆଉଟ କରିବାରେ ସଫଳ ହୋଇଛି । ରବିବାର ୪ର୍ଥ ଦିନରେ ଇଂଲଣ୍ଡ ୯ ୱିକେଟରେ ୩୯୬ ରନ୍‍କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ଫଳରେ ପ୍ରଥମ ଇନିଂସରେ ଇଂଲଣ୍ଡ ୨୮୯ ରନ୍‍ ଆଗରେ ରହିଥିଲା। ଜବାବରେ ଭାରତ ୨ୟ ଇନିଂସରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୦ ରନ କରିପାରିଥିଲା । ଭାରତର ୨ୟ ଇନିଂସ ଆରମ୍ଭରୁ ବିପର୍ଯ୍ୟୟ ଜାରି ରହିଥିଲା। ମେଘାଛନ୍ନ ଆକାଶ ଓ ଝିପିଝିପି ବର୍ଷାର ଫାଇଦା ଉଠାଇ ଇଂଲଣ୍ଡର ପେସ୍‍ ବାହିନୀ ଘାତକ ବୋଲିଂକରି ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ଅସୁବିଧାରେ ପକାଇଥିଲେ । କ୍ରମାଗତ ୨ୟ ଇନିଂସରେ ଖାତା ଖୋଲିବା ପୂର୍ବରୁ ଓପ୍‍ନର ମୂରଲୀ ବିଜୟ ଆଉଟ ହୋଇ ଯାଇଥିଲେ। ଜେମ୍‍ସ ଆଣ୍ଡରସନ୍‍ଙ୍କ ଇନ୍‍ସ୍ୱିଙ୍ଗରକୁ ବିଜୟ ୱିକେଟ ରକ୍ଷକଙ୍କ ହାତକୁ ମାରିଥିଲେ। ପରେ ଅନ୍ୟ ଓପ୍‍ନର କେ.ଏଲ୍‍. ରାହୁଲ ପୁଣି ବିଫଳ ହୋଇ ମାତ୍ର ୧୦ ରନ୍‍କରି ଆଣ୍ଡରସନ୍‍ଙ୍କ ବଲ୍‍ରେ ଏଲ୍‍ବିଡବ୍ଲ୍ୟୁ ହୋଇଥିଲେ। ଭାରତର ସ୍କୋର୍‍ ୨/୧୭ ଥିବା ବେଳେ ବର୍ଷା ଯୋଗୁଁ ପ୍ରାୟ ଦେଢ଼ ଘଣ୍ଟା ଖେଳ ବନ୍ଦ ରହିଥିଲା। ଖେଳ ଆରମ୍ଭ ପରେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ସ୍କୋର୍‍କୁ ୩୭ ରନ୍‍ରେ ପହଞ୍ଚାଇବା ପରେ ରାହାଣେ ଆଉଟ ହୋଇଥିଲେ। ୨ଟି ଚୌକା ସହ ରାହାଣେ ୧୩ ରନ୍‍କରି ଷ୍ଟୁଆର୍ଟ ବ୍ରଡ୍‍ଙ୍କ ବଲ୍‍ରେ ଆଉଟ ହୋଇଥିଲେ। ପରେ ବ୍ରଡ୍‍ କ୍ରମାଗତ ଆଉ ୩ଟି ୱିକେଟ ନେଇଥିଲେ। ପୂଜାରା ଦୀର୍ଘ ସମୟ କ୍ରିଜ୍‍ରେ ରହିବା ସତ୍ତ୍ବେ ୧୭ ରନ୍‍କରି ବିଦାୟ ନେଇଥିଲେ। ଅଧିନାୟକ ବିରାଟ କୋହଲି ୫ମ ବ୍ୟାଟ୍‍ସମ୍ୟାନ ଭାବେ ୧୭ ରନ୍‍କରି ବ୍ରଡ୍‍ଙ୍କ ୩ୟ ଶିକାର ହୋଇଥିଲେ। ଦିନେଶ କାର୍ତ୍ତିକ ପ୍ରଥମ ବଲ୍‍ରେ ବୋଲ୍‍ଡ ହୋଇ ଯାଇଥିଲେ। ହାର୍ଦିକ ପାଣ୍ଡ୍ୟା ୨୬, ଦିନେଶ କାର୍ତ୍ତିକ, କୁଳଦୀପ ଯାଦବ ଏବଂ ମହମ୍ମଦ ସାମି ଖାତା ଖୋଲିପାରିନଥିଲେ । ଇଶାନ୍ତ ଶର୍ମା ଶେଷ ୱେିକେଟ ଭାବେ ୨ ରନରେ ଆଉଟ ହୋଇଥିଲେ । ରବିଚନ୍ଦ୍ରନ ଅଶ୍ୱିନ ୩୩ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ପକ୍ଷରୁ ଜେମ୍‍ସ ଆଣ୍ଡରସନ୍‍ ଏବଂ ଷ୍ଟୁଆର୍ଟ ବ୍ରଡ୍‍ ୪ଟି ଲେଖାଏଁ ୱିକେଟ ନେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories