www.samajalive.in
Tuesday, December 9, 2025
16.1 C
Bhubaneswar

‘ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ନୂଆଦିଲ୍ଲୀ- କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଜାତୀୟ ଆଦିବାସୀ ଛାତ୍ର ସୋସାଇଟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଥିବା ୫୪ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ‘ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଡଭାନ୍ସ ବ୍ଲକ ପ୍ରୋଗ୍ରାମିଂ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବ। ଆଦିବାସୀ ବ୍ୟାପାର ସଚିବ ଅନିଲ କୁମାର ଝା ନୂଆଦିଲ୍ଲୀଠାରେ ତିନିଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ତଥା ଇଏମଆରଏସ କୋଡର୍ସ ଏକ୍ସପୋକୁ ଉଦଘାଟନ କରିଛନ୍ତି।

ପୂର୍ବ ବର୍ଷର କାର୍ଯ୍ୟକାରିତାର ଉତ୍ସାହଜନକ ଫଳାଫଳ ଆଧାରରେ ସଂଶୋଧିତ ମଡ୍ୟୁଲରେ ଏକ ନିର୍ଦ୍ଦିଷ୍ଟ କୋଡିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରଚଳନ କରାଯିବ ଯାହା ସିବିଏସଇ ଦକ୍ଷତା ଶିକ୍ଷା ସହିତ ସମାନ। ଏହା କୋଡିଂ, ଲଜିକାଲ ସିକ୍ୱେନ୍ସିଂ, ଲର୍ଣ୍ଣିଂ ଲୁପ୍ ଏବଂ ବ୍ଲକ ପ୍ରୋଗ୍ରାମିଂରେ ପ୍ରଚଳିତ ପାଠ୍ୟକ୍ରମ ଅତିରିକ୍ତ ପ୍ରଦାନ କରାଯିବ। କମ୍ପ୍ୟୁଟର ବିଜ୍ଞାନର ସାମ୍ପ୍ରତିକ ଅଭିଜ୍ଞତା ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ କୋଡିଂକୁ ଦୃଷ୍ଟିରେ ରଖି ୨୦ ଘଣ୍ଟିଆ ମଡ୍ୟୁଲ୍ ନିର୍ମାଣ କରାଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ବିଜ୍ଞାନର ମୌଳିକ ଶିକ୍ଷା ଦିଆଯିବ। ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭିଜୁଆଲ ପ୍ରୋଗ୍ରାମିଂର ଉନ୍ନତ ଧାରଣା ବିଷୟରେ ଅବଗତ କରାଯିବ। ଅଷ୍ଟମ ଶ୍ରେଣୀ ପାଇଁ ଏଆଇର ଏକ ଇଣ୍ଟରଆକ୍ଟିଭ୍ ଅଧିବେଶନ ହେବ; ଏବଂ ନବମ ଶ୍ରେଣୀ ଏଆଇର ମୌଳିକ ତାଲିମ ଶିଖିବ । ଦଶମ ଶ୍ରେଣୀ ପାଇଁ ସିବିଏସଇ ଦକ୍ଷତା ପାଠ୍ୟକ୍ରମ ଅନୁଯାୟୀ ଏଆଇ ମଡ୍ୟୁଲ୍ ୨୦୨୪-୨୫ ଶିକ୍ଷାବର୍ଷରେ ଆରମ୍ଭ ହେବ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories