ଭୁବନେଶ୍ଵର: ମେଘନାଦ ପାଚେରୀ ଡେଇଁ ପ୍ରବେଶ ଘଟଣାରେ ସାଂଘାତିକ ଅଭିଯୋଗ ହୋଇଛି। ଗୁରୁତର ଅଭିଯୋଗ ଆଣି ବର୍ଷିଛନ୍ତି ସେବାୟତ ବିଶ୍ଵନାଥ ଖୁଣ୍ଟିଆ। ସେ କହିଛନ୍ତି ୪ ଜଣ ନୁହେଁ , ଶତାଧିକ ଲୋକ ପାଚେରୀ ଡେଇଁ ପ୍ରବେଶ କରିବା ମୁଁ ଦେଖିଛି। ଗତକାଲି ସନ୍ଧ୍ୟାରେ ଶତାଧିକ ଲୋକ ଏକ ଲୁହା ଗେଟ୍ ଚଢି ଭିତରକୁ ଯାଇଛନ୍ତି। ସେତେବେଳେ ବାଧା ଦେବାକୁ ଜଣେ ବି ପୁଲିସ୍ କର୍ମଚାରୀ ନଥିଲେ। ଯଦି ଏଆଇ କ୍ୟାମେରା ଲାଗିଛି, ତାହେଲେ କଣ ଦେଖୁଛି ବୋଲି ପଚାରିଛନ୍ତି। ଏହାଦ୍ଵାରା ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ହେଉଛି।
Popular Categories



