www.samajalive.in
Sunday, December 7, 2025
26.1 C
Bhubaneswar

ସ୍କାଉଟ ଶିକ୍ଷକଙ୍କର ଆଠଗଡରୁ ଅଠରନଳା ସାଇକେଲ ଯାତ୍ରା

ଆଠଗଡ : ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠର ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀ ଆଠଗଡରୁ ଅଠରନଳା ସାଇକେଲ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଫିଟ ଇଣ୍ଡିଆ ଅଭିଯାନରେ ବ୍ୟାୟାମ କରନ୍ତୁ ସୁସ୍ଥ ରୁହନ୍ତୁ, ପ୍ଲାଜମା ପ୍ରଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାନ୍ତୁ ଏବଂ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର ଏହି ସାଇକେଲ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଆଠଗଡ ଉପଖଣ୍ଡ ପୋଲିସ ଅଧିକାରୀ ଆଲୋକ ରଞ୍ଜନ ରାୟ ସବୁଜ ପତାକା ହଲାଇ ଏହି ସାଇକେଲ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏଥିରେ ଭାରତ ସ୍କାଉଟର ଓଡିଶା ଶାଖାର ଦୁଃସାହସିକ କମିଟି ଅଧ୍ୟକ୍ଷ ସ୍ୱାଧିନ ପଣ୍ଡା ଯୋଗଦେଇଥିଲେ। ଉଭୟ ଏସଡିପିଓ ଓ ଶ୍ରୀ ରାୟ ଓ ଦୁଃସାହସିକ କମିଟିର ଅଧ୍ୟକ୍ଷ ଶ୍ରୀ ପଣ୍ଡା ସ୍କାଉଟ ମାଷ୍ଟର ଶ୍ରୀ ତ୍ରିପାଠୀଙ୍କର ଏପରି ଅଭିନବ ସଚେତନ ଧର୍ମୀ ସାଇକେଲ ଯାତ୍ରାକୁ ପ୍ରଂଶସା କରିବା ସହ ଏହା ଅନ୍ୟମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବ ବୋଲି କହିଥିଲେ। ଖୁଣ୍ଟକଟା ହାଇସ୍କୁଲର ପ୍ରଧାନ ଶିକ୍ଷକ ମାନସ କୁମାର ସାହୁ ଉପସ୍ଥିତ ରହି ସ୍କାଉଟ ମାଷ୍ଟରଙ୍କୁ ଉତ୍ସାହିତ କରିଥିଲେ, ଏହି ସାଇକେଲ ଯାତ୍ରା ଅବସରରେ ରାସ୍ତାର ବିଭିନ୍ନ ସ୍ଥାନରେ ଶ୍ରୀ ତ୍ରିପାଠୀ ଲୋକଙ୍କୁ ସଚେତନ କରିବେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories