www.samajalive.in
Saturday, December 13, 2025
26.1 C
Bhubaneswar

ବରଗଡ଼ ଜିଲ୍ଲା ସ୍କାଉଟ୍ ଓ ଗାଇଡ ପକ୍ଷରୁ ଟି ରାମମୂର୍ତ୍ତି ଦୋରାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ଓ ସର୍ବଧର୍ମ ପ୍ରାର୍ଥନା

ରେଙ୍ଗାଲିକ୍ୟାମ୍ପ : ଅତାବିରା ସରକାରୀ ଉଚ୍ଚ ବିଦ୍ୟାଳୟରେ  ଜିଲ୍ଲା ସ୍କାଉଟ୍ ସମ୍ପାଦକ ଶ୍ରୀ ଆଶୁତୋଷ ଦେ ଙ୍କ ସଭାପତିତ୍ବରେ  ରାଜ୍ୟ ସ୍କାଉଟ୍ ଓ ଗାଇଡ ସମ୍ପାଦକ ଶ୍ରୀ ରାମମୂର୍ତ୍ତି  ଦୋରାଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି  ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଲାଦେରପାଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହିମାଂଶୁ ଶେଖର ସାହୁ,ଉକ୍ତ ବିଦ୍ୟାଳୟର ଭlର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ,ଜିଲ୍ଲା ସ୍କାଉଟ ତାଲିମ  କମିଶନର ଭୁବନେଶ୍ୱର ମହାକୁର  ସମ୍ମାନିତ ଅତିଥି ରୂପେ ମଞ୍ଚlଷିନ ଥିଲେ।ପ୍ରଥମେ  ମଞ୍ଚାଷିନ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ରାମ ମୂର୍ତ୍ତି ଦୋରା ଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ଏହାପରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ  ଲହଣ୍ଡା ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର କିଶୋର ପ୍ରଧାନ,ଜର୍ଜ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ଡୋଳାମଣୀ ଶତପଥୀ,ଶିଆଳ ଖଣ୍ଡହତା ଉଚ୍ଚ ବିଦ୍ୟାଳୟର ଗାଇଡ କ୍ୟାପଟେନ ବିଜୁଲିବତି ଦଳେଇ ସ୍ମୃତି ଚlରଣ କରିଥିଲେ।ଟୋପ ଉଚ୍ଚ ବିଦ୍ୟାଳୟର ଗାଇଡ କ୍ୟାପଟେନ ଅନୁସୂୟା ଦେବତା  ସ୍ମୃତି ଚାରଣ ସହ କବିତା ପାଠ କରିଥିଲେ। ଉପସ୍ଥିତ ସମସ୍ତ ସ୍କାଉଟ୍ ମାଷ୍ଟର ଓ ଗାଇଡ ମାନଙ୍କୁ  ନିଜ ନିଜ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲୁଚିରହିଥିବା  ପ୍ରତିଭା କୁ ଅନ୍ଵେଷଣ କରି  ଦୋରା ସାରଙ୍କ ପରି ବ୍ୟକ୍ତିତ୍ଵ ସୃଷ୍ଟି କରିବାକୁ  ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ଆହ୍ବାନ ଦେଇଥିଲେ। ଏହି ଅବସରରେ ସ୍କାଉଟ୍/ ଗାଇଡ ରେ ପ୍ରଚଳିତ ସର୍ବ ଧର୍ମ ପ୍ରାର୍ଥନା କରାଯାଇ ସ୍ବର୍ଗତ ଦୋରା ସାର୍ ଙ୍କ ଅମର ଆତ୍ମାର ସଦଗତୀ କାମନା କରାଯାଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭାକୁ ଦୁଇଟି ପର୍ଯ୍ୟାୟରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଏହି  ନିଷ୍ପତ୍ତି ଅନୁସାରେ ଆଜି ପ୍ରଥମ ପର୍ଯ୍ୟାୟରେ ଅତାବିରା,ଭଟଲି, ଅମ୍ବାଭନା, ଷୋହେଲା, ବରଗଡ଼ , ଭେଡେନ ଆଦି ୬ଟି ବ୍ଲକ କୁ ନେଇ ଏହି ଶ୍ରଦ୍ଧାଞ୍ଜଳୀ ସଭା ହୋଇଥିଲା।ସେହିପରି ଅବଶିଷ୍ଟ ୬ ଟି ବ୍ଲକ କୁ ନେଇ ପଦମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୧୩ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ  ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସ୍କାଉଟ ସମ୍ପାଦକ ଶ୍ରୀ ଦେ  ସୂଚନା ଦେଇଥିଲେ ।ଏହି ସଭାରେ ଉପରୋକ୍ତ ଛଅ ଟି ବ୍ଲକ ର ପ୍ରାୟ ଶହେ ଜଣ ସ୍କାଉଟ୍ ମାଷ୍ଟର ଓ ଗାଇଡ କ୍ୟାପଟେନ ଙ୍କ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ରଶ୍ମି ରାଉତରାୟ  ଯୋଗ ଦେଇଥିଲେ।ଟୋପ ଉଚ୍ଚ ବିଦ୍ୟାଳୟର ଗାଇଡ ସାଗରିକା,ନୀହାରିକା,ବବଳି,ସାଳିନି, ନିକିତା,ଶୁଭଶ୍ରୀ,ହେମlନ୍ତି ,ମିତା ଓ ସସ୍ମିତା ସର୍ବଧର୍ମ ପ୍ରାର୍ଥନା ବୋଲିଥିଲେ। ଅତାବିରା ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ଲବ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories