www.samajalive.in
Monday, December 15, 2025
14.1 C
Bhubaneswar

ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ବୌଦ୍ଧ  : ବୌଦ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୩୫ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ କରକମଳରେ ଜ୍ଞାନ ଦୀପ ପ୍ରଜ୍ବଳିତ ହୋଇଥିଲା । ଏହି ଉତ୍ସବରେ ବୌଦ୍ଧ ଜିଲ୍ଲା ପ୍ରମୁଖ  କାର୍ତ୍ତିକେଶ୍ୱର ବେହେରା, ବିଦ୍ୟାଳୟର ସଭାପତି ରାଜ କିଶୋର ମହାରଣା,ସମ୍ପାଦକ  ସାର ପ୍ରଧାନ, ସହ ସଂପାଦକ ସନ୍ତୋଷ ପୁରୋହିତ, ରାଜ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଏହି  ଜ୍ଞାନ ବିଜ୍ଞାନ ମେଳାରେ ପ୍ରାକ୍ ଶିଶୁ , ଶିଶୁ, ବାଲ୍ ଓ କିଶୋର ବର୍ଗରେ ବିଜ୍ଞାନ ବିଭାଗରେ  ୧୨୩ ଟି ଓ ଗଣିତ ବିଭାଗରେ ୧୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।  ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଶିଶୁ ଭାଇ ଭଉଣୀ ମାନଙ୍କୁ ବିଜ୍ଞାନ ଓ ଗଣିତର ଗୁରୁତ୍ଵ ସହ ଭବିଷ୍ୟତରେ କିଭଳି ଜଣେ ଜଣେ ବୈଜ୍ଞାନିକ ହେବେ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ସ୍ତରରେ ଚୟନ ହୋଇଥିବା ଶିଶୁ ଭାଇ ଭଉଣୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦାନ କରିବେ। ଶେଷରେ ସମ୍ପାଦକ ସାର ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories