www.samajalive.in
Monday, December 15, 2025
26.1 C
Bhubaneswar

ବିଦ୍ୟାଳୟକୁ ରାସ୍ତା ନାହିଁ, ବିଲ ହୁଡ଼ାରେ ଯାଉଛନ୍ତି ଛାତ୍ରଛାତ୍ରୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡଗୁଡା ପଞ୍ଚାୟତର କୁମ୍ଭାରସାହି ବିଦ୍ୟାଳୟକୁ ରାସ୍ତା ନ ଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବିଲ ହୁଡ଼ା ପାଲଟିଛି ଛାତ୍ରଛାତ୍ରୀଙ୍କ ରାସ୍ତା। ବିଲ ହୁଡାରେ ସେମାନେ ନିୟମିତ ଯାତାୟାତ କରୁଛନ୍ତି।

କୁମ୍ଭାରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ୨୦୧୦ରେ ସ୍ଥାପିତ ହୋଇଛି। ବର୍ତ୍ତମାନ ଶିଶୁ ବାଟିକାଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇଜଣ ଶିକ୍ଷୟିତ୍ରୀ ରହିଛନ୍ତି। ବିଦ୍ୟାଳୟଟି ପଥର ଚାଞ୍ଚଡା ଉପରେ ରହିଥିବା ବେଳେ ତାର ଚାରି ଆଡ଼େ ଚାଷ ଜମି ରହିଛି। ଖରା, ବର୍ଷା, ଶୀତ ସବୁବେଳେ ଚାଷ ଜମି ହିଡ଼ ଦେଇ  ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ବହୁତ ଅସୁବିଧାରେ ଯାଉଥିବା ବେଳେ ବର୍ଷା ଦିନରେ ଉକ୍ତ ରାସ୍ତାରେ ଯିବା ବହୁ କଷ୍ଟକର ହୋଇପଡୁଛି।  ସବୁବେଳେ ବିଲରେ ପାଣି ଯାଉଥିବାରୁ ଛୋଟ ଛୋଟ ପିଲାମାନେ ଉକ୍ତ ରାସ୍ତାରେ ଯିବା ବେଳେ କାଦୁଅ ରାସ୍ତାରେ ଗୋଡ଼ଖସି ତଳେ ପଡ଼ିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଗୋରୁ ଭୟରେ ଚାଷୀମାନେ ଚାରି ଆଡ଼େ ବାଡ଼ ପକାଇ କେବଳ ବିଦ୍ୟାଳୟକୁ ଯିବା ପାଇଁ ଡିଆଁ ବାଡ଼ କରିଛନ୍ତି। ଯାହା ଦ୍ୱାରା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ଦେଉଥିବା ଗ୍ରାମବାସୀ କହିଛନ୍ତି। ବିଦ୍ୟାଳୟକୁ ଯିବାକୁ ଭଲ ରାସ୍ତା ତିଆରି କରିବାକୁ ଗ୍ରାମବାଦୀ ଦାବି କରିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories