www.samajalive.in
Monday, December 15, 2025
16.1 C
Bhubaneswar

ଜେନ୍‌ ଜେଡ୍‌ ଦୁଇଫାଳ ! ଅନ୍ତରୀଣ ପ୍ରଧାନମନ୍ତ୍ରୀ ରେସରେ ଆଉ ଜଣେ ନେତା କୁଲମନ ଘିସିଂ

ସମାଜ ଡିଜିଟାଲ ଡେସ୍କ: ନେପାଳରେ ସାମାଜିକ ଗଣମାଧ୍ୟମକୁ ନିଷିଦ୍ଧ କରାଯିବା ପ୍ରତିବାଦରେ ଜେନ-ଜେଡ୍‌ର ଆନ୍ଦୋଳନ ଯୋଗୁ ସରକାରର ପତନ ଘଟିଛି। ଦେଶ ଶାସନ ଡୋର ସମ୍ଭାଳିବା ଲାଗି ଅନ୍ତରୀଣ ସରକାର ଗଠନ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଏହା ପୂର୍ବରୁ ଜେନ୍‌-ଜେଡ୍‌ ଦୁଇଫାଳ ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ତରୀଣ ସରକାର ଗଠନ ଲାଗି ଆଲୋଚନା ସମୟରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ନେତୃତ୍ଵ ନେବେ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଗୁରୁବାର ଅନ୍ତରୀଣ ସରକାର ଗଠନ ପ୍ରସଙ୍ଗ ନୂଆ ମୋଡ଼ ନେଇଛି।

ଜେନ-ଜେଡ୍‌ ବିକ୍ଷୋଭକାରୀଙ୍କ ଗୋଟିଏ ଗୋଷ୍ଠୀ ସୁଶୀଳାଙ୍କୁ ସମର୍ଥନ ଦେବାକୁ ଅମଙ୍ଗ ହୋଇଛି। ଏହି ଗୋଷ୍ଠୀ ନେପାଳ ବୈଦ୍ୟୁତିକ ପ୍ରାଧିକରଣ(ଏନଇଏ)ର ପୂର୍ବତନ କାର୍ଯ୍ୟକାରୀ ମୁଖ୍ୟ କୁଲମନ ଘିସିଂଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛି। ସମ୍ବିଧାନ ସୁଶୀଳାଙ୍କୁ ପ୍ରଧାନମନ୍ତ୍ରୀ ହେବାର ଅଧିକାର ଦେଉନାହିଁ ବୋଲି ଏହି ଗୋଷ୍ଠୀ କହିଛି।

- Advertisement -

ଜେନ-ଜେଡର ଦୁଇଟି ଗୋଷ୍ଠୀ ମଧ୍ୟରେ ମତଭେଦ ହେବା ବିକ୍ଷୋଭକାରୀଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟକୁ ଦର୍ଶାଇଛି। ସୂଚନାଯୋଗ୍ୟ, ହଜାର ହଜାର ଯୁବଗୋଷ୍ଠୀ ପ୍ରଥମେ ଅନଲାଇନ ଭୋଟିଂ ଜରିଆରେ ସୁଶୀଳାଙ୍କ ନାମକୁ ସମର୍ଥନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯୁକ୍ତିରେ ଦର୍ଶାଯାଇଥିଲା ଯେ ମୁଖ୍ୟ ବିଚାରପତି ଅଥବା ବିଚାରପତି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories