www.samajalive.in
Sunday, December 7, 2025
15.1 C
Bhubaneswar

୪୧ ଗ୍ରାମ ବ୍ରାଉନ ସୁଗାର ଜବତ, ୩ ଗିରଫ

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ପୁଲିସ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜଙ୍କିଆ ଦେଉଳୀ ପାଟଣାର ଅନାଥ ବିଶ୍ୱାଳ, ରଣପୁର ଥାନା ସାନଗଡର ପୂର୍ଣ୍ଣାନନ୍ଦ ସାହୁ(୨୪) ଓ ପୁରୁଣା ବସନ୍ତର ବାନାମ୍ବର ଭୋଇ(୩୫)। ଗିରଫ ପରେ ଅଭିଯୁକ୍ତମାନଙ୍କୁ କେ।ର୍ଟ ଚାଲାଣ କରାଯାଇଛି।

ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ଥାନା କର୍ମଚାରୀ ଓ ଫାଣ୍ଡି ଅଧିକାରୀଙ୍କୁ ଚୋରା ମାଦକଦ୍ରବ୍ୟ କାରବାର ଉପରେ କଡା ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ଖେ।ର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପଟୁ ରାଜ ସୁନାଖଳା ଫାଣ୍ଡି ଗଡବାଣିକିଲୋ ଦେଇ ବ୍ରାଉନସୁଗାର ଚାଲାଣ କରାଯାଉଥିବା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତିଙ୍କୁ ଖବର ମିଳିଥିଲା। ଫଳରେ ସେ ଗଡ ବାଣିକିଲୋଠାରେ ଛକି ରହିଥିଲେ। ସୂଚନା ଆଧାରରେ ଏକ ସ୍କୁଟିକୁ ଯାଞ୍ଚ କରାଯିବା ସମୟରେ ସେଥିରୁ ୪୧ ଗ୍ରାମ ବ୍ରାଉନସୁଗାର ମିଳିଥିଲା। ପୁଲିସ ତାହାକୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories