www.samajalive.in
Saturday, December 6, 2025
23.1 C
Bhubaneswar

ବର୍ଷ ବର୍ଷ ବିତିଗଲା, ସୁଧୁରିଲାନି ବିଦ୍ୟାଳୟ ଅବସ୍ଥା 

ବାଉଁଶୁଣି: ସୁଧୁରିଲାନି ବିଦ୍ୟାଳୟ ଅବସ୍ଥା । ବାପା,ଜେଜେବାପା ଅମଳରୁ ଅର୍ଥାତ ୧୯୬୦ ମସିହାରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ସ୍ଥାୟୀ ପାଚେରୀ, ରୋଷେଇ ଘର,ପାଇଖାନା ଆଦି କୌଣସିର ସୁବିଧା ନାହିଁ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମପଞ୍ଚୟତର ପାଟଳିପଡ଼ା ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟଟି ୧୯୬୦ ମସିହାରେ ସ୍ଥାପିତ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ବିଦ୍ୟାଳୟରେ ସ୍ଥାୟୀ ପାଚେରୀ, ରୋଷେଇ ଘର,ପାଇଖାନା ଆଦିର କୌଣସି ସୁବିଧା ନାହିଁ । କିନ୍ତୁ ଯାହା ଅନୁଦାନ ଆସିଛି ତାହାର ସଠିକ୍‌‌ ଉପଯୋଗ ହେଉନାହିଁ ବୋଲି ଅଭିଯୋଗ ହୋଇଛି। ବିଦ୍ୟାଳୟଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବାରେ ଲାଗିଛି । ଯାହାକି ବିଦ୍ୟାଳୟ ଭିତରେ ଦୁଇଟି କୋଠା ଅର୍ଦ୍ଧ ନିର୍ମିତ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଛି । ଅନେକଥର ଏହି ଅର୍ଦ୍ଧ ନିର୍ମିତ କୋଠାରେ ପଡ଼ି ଛାତ୍ରଛାତ୍ରୀ ଆହତ ହୋଇ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି ହୋଇଛନ୍ତି । ଦିନ ବେଳା ବୁଲା ଗାଈଗୋରୁ, କୁକୁର ଓ ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ବିଦ୍ୟାଳୟ । ଯେଉଁ ପାଇଖାନା ଅଛି,ତାହା ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ବ୍ୟବହାର କରୁନାହାଁନ୍ତି । ସରକାର ବିଭିନ୍ନ ମାଧ୍ୟମରେ ଜନ ସାଧାରଣଙ୍କୁ ସ୍ୱଚ୍ଛ ଭାରତ ମିଶନର ସଚେତନତା ବାର୍ତ୍ତା ପହଞ୍ଚାଇ ସଚେତନ କରୁଥିବା ବେଳେ ଏହି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ଛାତ୍ରଛାତ୍ରୀ ଖୋଲାରେ ପାଇଖାନା ଯାଉଛନ୍ତି । ଜିଲ୍ଲା ପ୍ରଶାସନ ଏହି ବିଦ୍ୟାଳୟର ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ଉଭୟ ପାଟଳିପଡ଼ା ଓ ରୁଗୁଡିଘୁରା ଗ୍ରାମବାସୀଙ୍କ ସହ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories