www.samajalive.in
Sunday, December 7, 2025
16.1 C
Bhubaneswar

ଉତ୍ତର ଦିଗ: ଏହି ଉପାୟରେ ଧନ ଲାଭ ସହ ବୃଦ୍ଧି ହୁଏ ସୁଖସମୃଦ୍ଧି..

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଏଥିରେ ଗୃହର ପ୍ରତ୍ୟେକ ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ନିୟମ ରହିଛି। ତେବେ ବାସ୍ତୁରେ ଉତ୍ତର ଦିଗର ଓ ଏହାର ମହତ୍ତ୍ୱ ଓ ଉତ୍ତର ଦିଗରେ କି କି ଜିନିଷ ରଖିଲେ ଅତ୍ୟନ୍ତ ଶୁଭଫଳ ମିଳେ। ଧନ ପ୍ରାପ୍ତି ହୁଏ। ଜାଣନ୍ତୁ..
ବାସ୍ତୁ ଶାସ୍ତ୍ରରେ ସମସ୍ତ ଦିଗର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ମାତ୍ର ଉତ୍ତର ଦିଗକୁ ଅତ୍ୟନ୍ତ ଶୁଭ ଦିଗ କୁହାଯାଏ। ଏହି ଦିଗରେ ଦେବତାଙ୍କ ବାସ ରହିଛି ବୋଲି ମାନ୍ୟତା ରହିଛି। ଏହି ଦିଗରେ ଧନର ଦେବତା କୁବେରଙ୍କ ବାସ ବୋଲି ମଧ୍ୟ କୁହାଯାଏ। ଏହି ଦିଗରେ କିଛି ସ୍ୱତନ୍ତ୍ର ଜିନିଷ ରଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏା
ଉତ୍ତର ଦିଗରେ ଦର୍ପଣ ଲଗାଇବା ଅତ୍ୟନ୍ତ ଶୁଭଙ୍କର। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ବାସ୍ତୁ ଅନୁଯାୟୀ ଘରର ରୋଷେଇ ଘରର ଦିଗ ମଧ୍ୟ ଉତ୍ତର ଦିଗ ହେବା ଉଚିତ। ଏହାଦ୍ୱାରା ଅନ୍ନ ଓ ଧନର ଭଣ୍ଡାର ସର୍ବଦା ପରିପୂର୍ଣ୍ଣ ରହିଥାଏ। ଅଭାବ ହୋଇନଥାଏ। ଘରର ମୁଖ୍ୟ ଦ୍ୱାର ଉତ୍ତର ଦିଗରେ ହେବା ମଧ୍ୟ ଶୁଭଙ୍କର।
ମନି ପ୍ଲାଣ୍ଟ ଗଛର ବାସ୍ତୁରେ ଖୁବ ମହତ୍ତ୍ୱ ରହିଛି। ଏହି ଗଛକୁ ଘରର ଉତ୍ତର ଦିଗରେ ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଲାଭବାନ ହୋଇଥାଏ। ଦରିଦ୍ରତା ଦୂରେଇ ଯାଏ। ଧାର୍ମିକ ମହତ୍ତ୍ୱରେ ତୁଳସୀ ବୃକ୍ଷକୁ ଖୁବ ଶୁଭ କୁହାଯାଏ। ବାସ୍ତୁରେ ମଧ୍ୟ ତୁଳସୀର ମହତ୍ତ୍ୱ ରହିଛି। ଘରର ଉତ୍ତର ଦିଗରେ ତୁଳସୀ ବୃକ୍ଷ ଲଗାନ୍ତୁ। ଏହାଦ୍ୱାରା ଘରେ ସୁଖଶାନ୍ତି ସର୍ବଦା ରହିଥାଏ। ଉନ୍ନତି ଓ ସଫଳତାରେ ଆସୁଥିବା ବାଧା ଦୂର ହୋଇଥାଏ।
ଉତ୍ତର ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ଶୁଭଫଳ ପ୍ରାପ୍ତି ପାଇଁ ଏହି ଦିଗରେ କୁବେର ଦେବତାଙ୍କ ପ୍ରତିମା ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ। କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories