www.samajalive.in
Saturday, December 6, 2025
16.1 C
Bhubaneswar

ପତ୍ନୀ ପରେ ପୁତୁରା, ଆଉ ଶେଷରେ ନିଜକୁ ଗୁଳି କଲେ ବରିଷ୍ଠ ପୁଲିସ ଅଧିକାରୀ

ପୁଣେ: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କ ପତ୍ନୀ ଓ ପୁତୁରାଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ପୁଲିସ ଅଧିକାରୀ ଜଣକ ହେଉଛନ୍ତି ଅମରାବତୀରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କମିଶନର ଅଫ୍ ପୁଲିସ(ଏସିପି) ଭରତ ଗାଇକ୍‌ୱାଡ଼(୫୭)। ତାଙ୍କ ପତ୍ନୀଙ୍କ ନାଁ ମୋନୀ ଗାଇକ୍‌ୱାଡ଼(୪୪) ଓ ପୁତୁରାଙ୍କ ନାଁ ଦୀପକ(୩୫)। ଭରତ ପୁଣେ ସ୍ଥିତ ନିଜ ଘରକୁ ଆସିଥିବା ବେଳେ ଏହି ଘଟଣା ଘଟିଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ସୋମବାର ଭୋର ପ୍ରାୟ ୩ଟା ୩୦ ସମୟରେ ବାନେର ସ୍ଥିତ ଭରତଙ୍କ ଘରେ ଏହି ଘଟଣା ଘଟିଛି। ଏସିପି ଭରତ ଗାଇକ୍‌ୱାଡ଼ ପ୍ରଥମେ ତାଙ୍କ ପତ୍ନୀଙ୍କୁ ମୁଣ୍ଡକୁ ଗୁଳି କରିଥିବା ଜଣାପଡ଼ିଛି। ଗୁଳି ଫୁଟିବା ଶବ୍ଦ ଶୁଣି ତାଙ୍କ ପୁଅ ଓ ପୁତୁରା ଦୌଡ଼ି ଆସି କବାଟ ଖୋଲିବା ମାତ୍ରେ ଭରତ ତାଙ୍କ ପୁତୁରାଙ୍କ ଉପରକୁ ଗୁଳି କରିଥିଲେ। ଗୁଳିଟି ତାଙ୍କ ପୁତୁରାଙ୍କ ଛାତିରେ ବାଜିଥିଲା। ଏହାପରେ ଭରତ ଗାଇକ୍‌ୱାଡ଼ ନିଜ ମୁଣ୍ଡକୁ ଗୁଳି କରି ଦେଇଥିଲେ। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ହତ୍ୟା ଓ ପରେ ଆତ୍ମହତ୍ୟାର ସଠିକ୍‌ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

- Advertisement -

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories