www.samajalive.in
Monday, December 15, 2025
27.1 C
Bhubaneswar

ଖେଳ ପଡିଆକୁ ନେଇ ରାଜନୀତି, ଧାରଣାରେ ବସିଲେ କର୍ପୋରେଟର

କଟକ : ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ପୋରେଟର ଧାରଣା ଦେଇଛନ୍ତି । କଟକ ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର, ଅଭିଭାବକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରତିବାଦରେ ପ୍ରଧାନ ଶିକ୍ଷୟିତ୍ରୀ ଅଫିସ ସମ୍ମୁଖରେ ଧାରଣରେ ବସିରହିଲେ ୪୧ ନମ୍ବର ୱାର୍ଡ କର୍ପୋରେଟର ସ୍ଵର୍ଣପ୍ରଭା ପସାୟତଙ୍କ ସହ ପୁରାତନ ଛାତ୍ର। ପୂର୍ବତନ ଛାତ୍ର ଓ ସ୍ଥାନୀୟ ପିଲାଙ୍କୁ ବିଦ୍ୟାଳୟ ଖେଳ ପଡ଼ିଆ ମନା କରିବା, ବନ୍ଧୁ ମିଳନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ମନା କରିବା ପ୍ରତିବାଦରେ ଧାରଣା ବସିଥିଲେ କର୍ପୋରେଟର । ପୂର୍ବରୁ ଖେଳ ଓ ବନ୍ଧୁ ମିଳନ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ହଠାତ ଏସବୁ ବନ୍ଦ କରିବା ପଛରେ କଣ କାରଣ ରହିଛି ବୋଲି ପୁରାତନ ଛାତ୍ର ପ୍ରଶ୍ନ କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ସେ କହିଛନ୍ତି କି ଖେଳ ଆୟୋଜନ ଓ ବନ୍ଧୁ ମିଳନ ପାଇଁ ଜିଲା ଶିକ୍ଷାଧିକାରୀଙ୍କ ଅନୁମତି ଆବଶ୍ୟକ । ଏଥିରେ ତାଙ୍କର କିଛି ଭୂମିକା ନାହିଁ ଏବଂ ତାଙ୍କୁ ଅଯଥାରେ ହଇରାଣ କରାଯାଉଛି ବୋଲି ସେ କହିଛନ୍ତି ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁସାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories