mission shakti banner

ଚର୍ଚ୍ଚାରେ ‘ସ୍କୁଲ ବ୍ୟାଗ୍‍ର ବୋଝ’

nua o banner
0

ପୁଣେ: ପିଲାଙ୍କ ଉପରେ ପାଠପଢ଼ାର ଚାପ ଓ ଏଥିସହିତ ବହିବସ୍ତାନି (ସ୍କୁଲ ବ୍ୟାଗ୍‍)ର ଓଜନ ବୋହିବାର କଷ୍ଟ ଅଭିଭାବକମାନେ ହୃଦୟଙ୍ଗମ କରିବା ଉଚିତ। ଏହି ପ୍ରସଙ୍ଗ ଉପରେ ପୁଣେର ଜଣେ ୧୩ ବର୍ଷର ବାଳିକା ନନ୍ଦିତା ନାଚାରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଯାହା ଏବେ ଖୁବ୍‍ ଚର୍ଚ୍ଚାରେ।
ସ୍କୁଲର ଓଜନଦାର ବ୍ୟାଗ୍‍ ଯୋଗୁ ହେଉଥିବା ସମସ୍ୟା ଓ ପିଲାଙ୍କ ଉପରେ ପଡ଼ୁଥିବା ପ୍ରଭାବ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। ନନ୍ଦିତାଙ୍କ ଏହି ଚଳଚ୍ଚିତ୍ର ଜାତୀୟ ବିଜ୍ଞାନ ସିନେମା ମହୋତ୍ସବରେ ସ୍କ୍ରିନିଂ ହେବା ନେଇ ମନୋନୀତ ହୋଇଥିବା ଜଣାପଡ଼ିଛି। ନନ୍ଦିତାଙ୍କ କହିବାନୁସାରେ, ଆମକୁ ଓଜନଦାର ବ୍ୟାଗ୍‍ ବୋହି ସ୍କୁଲ ଯିବାକୁ ପଡ଼ିଥାଏ। ଥକ୍କା ହୋଇ ସ୍କୁଲରେ ପହଞ୍ଚିବା ପରେ ପାଠପଢ଼ା କେତେଦୂର ଭଲ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଏହି ସବୁ ସମସ୍ୟା ଉପରେ ଆଧାରିତ ଏହି ଫିଲ୍ମ ସମସ୍ତଙ୍କ ପସନ୍ଦ ଆସିଥିବା ନେଇ ନନ୍ଦିତା ଖୁସିବ୍ୟକ୍ତ କରିଛନ୍ତି।

Leave A Reply