www.samajalive.in
Monday, December 15, 2025
15.1 C
Bhubaneswar

ବର୍ଷା ହେଲେ ସ୍କୁଲ ଆଗରେ ଆଣ୍ଠୁଏ ପାଣି ; ଛାତ୍ରଛାତ୍ରୀଙ୍କ ପାଠପଢା ବନ୍ଦ

ସୁଆଣ୍ଡୋ: ପୁରୀଜିଲା ସତ୍ୟବାଦୀବ୍ଲକ ବଳରାମପୁର ଗଡ ନୂଆବୁଢାକେରା ପ୍ରାଥମିକ ବିଦ୍ୟାଳୟ ଆଗରେ ବର୍ଷାଜଳ ଜମି ରହିବାରୁ ତିନିଦିନ ଧରି ଛାତ୍ରଛାତ୍ରୀ ମାନେ ସ୍କୁଲ ଯାଇପାରୁ ନାହାନ୍ତି । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ସ୍କୁଲ ଆଗରେ ଆଣ୍ଠୁଏ ପାଣି ଜମି ରହିଛି । ଚତୁଃପାର୍ଶ୍ୱରେ ଘର ତିଆରି ହେବା କାରଣରୁ ଜଳନିଷ୍କାସନ ବାଟ ବନ୍ଦ ହୋଇ ଯାଇଛି । ୧୯୭୦ ମସିହାରେ ଏହି ବିଦ୍ୟାଳୟଟି ସ୍ଥାପନ କରାଯାଇଥିବା ବେଳେ ପାଞ୍ଚଟି ଶ୍ରେଣୀରେ ପ୍ରାୟ ଚାଳିଶଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଉକ୍ତ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପ୍ରତି କେହି ଦୃଷ୍ଟି ଦେଉ ନଥିବା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୁଖ୍ୟରାସ୍ତା ଠାରୁ ମାତ୍ର ଶହେ ମିଟର ଦୂରରେ ସ୍କୁଲଟି ରହିଛି । ଖାଲି ବିଦ୍ୟାଳୟ କାନ୍ଥକୁ ରଙ୍ଗ ଲଗାଇ ଚକ୍ ଚକ୍ କରାଗଲେ ହେବନି । ବର୍ଷାଦିନେ ଛାତ୍ରଛାତ୍ରୀ ମାନେ କିପରି ସୁବିଧାରେ ସ୍କୁଲକୁଆସିବେ ତାହାବିଭାଗୀୟ ଅଧିକାରୀଙ୍କ ନଜରକୁ ଆସିବା ଦରକାର ବୋଲି ସ୍ଥାନୀୟବାସିନ୍ଦା କହିଛନ୍ତି । ଏସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି, ଅବିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଉଦାସୀନ ରହୁଛନ୍ତି ବୋଲି ଅଭିଯୋଗ ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories