www.samajalive.in
Sunday, December 14, 2025
17.1 C
Bhubaneswar

ସ୍କୁଲରେ ଗଣ୍ଡଗୋଳ କରିବା ସହ ଶିକ୍ଷକଙ୍କୁ ଗାଳିଗୁଲଜ ଅଭିଯୋଗ

ବ୍ରହ୍ମପୁର: ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ପଂଚାୟତର ଆଜ୍ଞାପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ପଶି ପାଚିକା ଓ ଶିକ୍ଷୟତ୍ରୀ ମାନଙ୍କୁ ଗାଳିଗୁଲଜ କରିବା ସହ ଶ୍ରେଣୀଗୃହରେ ଗଣ୍ଡଗୋଳ କରିବା ନେଇ ୪ ଜଣଙ୍କ ନାମରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ୍ ଘଟଣାର ତଦନ୍ତ କରି ଗ୍ରାମର ବାଳକୃଷ୍ଣ ପ୍ରଧାନଙ୍କ ପୁଅ ବରୁଣ ପ୍ରଧାନଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର୍ ହୋଇଯାଇଛନ୍ତି । ସୂଚନାପ୍ରକାରେ ଆଜ୍ଞାପ୍ରସାଦ ଗ୍ରାମର ଅରୁଣ ପ୍ରଧାନ,ଗୁଣ୍ଡିଚା ନାୟକ,ବରୁଣ ପ୍ରଧାନ,ଆଦିତ୍ୟ ପ୍ରଧାନ ବିଦ୍ୟାଳୟକୁ ଆସି ଖାଇବା ପାଇଁ ମାଗିଥିଲେ । ଉପସ୍ଥିତ ପାଚିକା ମାନେ ଏହାକୁ ବିରୋଧ କରିବାରୁ ନିମ୍ନମାନର ଖାଦ୍ୟ ରୋଷେଇ କରିଛ ବୋଲି କହି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କ ଫଟୋ ମୋବାଇଲ୍ ଉଠାଇଥିଲେ । ଏପରିକି ଶ୍ରେଣୀକକ୍ଷରେ ପଶି ଗଣ୍ଡଗୋଳ କରିବା ସହ ବିଦ୍ୟାଳୟ ବନ୍ଦ କରିବା ପାଇଁ ଧମକ ଦେଇଥିଲେ । ପ୍ରଧାନ ଶିକ୍ଷକ ସେମାନଙ୍କୁ ବୁଝାଇବାରେ ବିଫଳ ହେବାରୁ ଥାନାକୁ ଫୋନ୍ କରିଥିଲେ । ତେବେ ପୁଲିସକୁ ଦେଖି ୩ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ବରୁଣ ପ୍ରଧାନକୁ ପୁଲିସ୍ ଗିରଫ କରିଥିଲା । ପରେ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ନାଇକ ଏସଂପର୍କରେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories