ଏସ୍‍ସି/ଏସ୍‍ଟି ବର୍ଗଙ୍କ ଅଧିକାର ସୁରକ୍ଷିତ: ରାଜନାଥ

0

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି (ଏସ୍‍ସି/ଏସ୍‍ଟି) ବର୍ଗର ଜନତାଙ୍କ ଅଧିକାର କେହି କ୍ଷୁଣ୍ଣ କରିପାରିବେ ନାହିଁ। ଏ ସମ୍ପର୍କିତ ଆଇନରେ ମଧ୍ୟ କୌଣସି ପରିବର୍ତ୍ତନ କରାଯିବ ନାହିଁ; ବରଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ। ବୁଧବାର ରାଜ୍ୟସଭାରେ ସିପିଆଇ ନେତା ଡି. ରାଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜନାଥ କହିଛନ୍ତି ଯେ ଏହି ବର୍ଗଙ୍କୁ ସୁରକ୍ଷା ଦେବା ପାଇଁ ସରକାର ୨୪ଟି ରାଜ୍ୟରେ ୧୯୪ଟି ସ୍ୱତନ୍ତ୍ର ଏକ୍‍ଜିକ୍ୟୁଟିଭ ଅଦାଲତ ପ୍ରତିଷ୍ଠା କରିଛନ୍ତି। ଏହାଛଡ଼ା ୩୦ଟି ରାଜ୍ୟରେ ସ୍ୱତନ୍ତ୍ର ଅଦାଲତ କାର୍ଯ୍ୟ କରୁଛି।

Leave A Reply