www.samajalive.in
Sunday, December 14, 2025
19.1 C
Bhubaneswar

କାଶ୍ମୀର: ଜାତୀୟ ରାଜପଥରେ ଯାତାୟାତ କଟକଣା, କେନ୍ଦ୍ର-ରାଜ୍ୟକୁ ନୋଟିସ ଜାରି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ଜାତୀୟ ରାଜପଥରେ ଯାତାୟାତ କଟକଣା ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି। ଉଦ୍ଧାମପୁର ଠାରୁ ବାରମୂଳା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ସୁରକ୍ଷା ବଳଙ୍କ ଯାତାୟାତ ଦୃଷ୍ଟିରୁ ସପ୍ତାହର ଦୁଇ ଦିନ ସାଧାରଣ ନାଗରିକଙ୍କ ଯାତାୟାତ ଉପରେ ଜାରି କରାଯାଇଥିବା କଟକଣାକୁ ଖାରଜ କରିବା ପାଇଁ ଦାୟର ମାମଲାରେ ସୋମବାର ନ୍ୟାୟାଳୟ ଏହି ଜବାବ ତଲବ କରିଛନ୍ତି।

ଏପ୍ରିଲ ୩ରେ ରାଜ୍ୟ ସରକାର ଏକ ଆଦେଶରେ କହିଥିଲେ ଯେ ପୁଲୱାମା ଆତଙ୍କୀ ଆକ୍ରମଣ, ବନିହାଲରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଏବଂ ଲୋକସଭା ନିର୍ବାଚନ ସମୟରେ ସୁରକ୍ଷା କର୍ମୀଙ୍କ ସୁରକ୍ଷିତ ଯାତାୟାତ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ୪୪ ନମ୍ବର ଜାତୀୟ ରାଜପଥରେ ସପ୍ତାହକୁ ଦୁଇ ଦିନ ସକାଳ ୪ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସାଧାରଣ ନାଗରିକଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୋମବାର ଏହି ମାମଲାର ଶୁଣାଣି କରିଥିଲେ। ଆୱାମୀ ନେସନାଲ କନ୍ଫରେନ୍ସ ବରିଷ୍ଠ ଉପାଧକ୍ଷ ମୁଜାଫର ଶାହ ଓ ସାମାଜିକ କର୍ମୀ ୟାସମୀନ ସୋନାଉଲ୍ଲା ସୁପ୍ରିମ କୋର୍ଟରେ ଏହି ମାମଲା ଦାଏର କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories