www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀ, ଶାହାଙ୍କ ବିରୋଧରେ ଆଚରଣବିଧି ଉଲ୍ଲଙ୍ଘନ ମାମଲା; ଇସିଙ୍କଠାରୁ ଜବାବ ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ଦାୟର ମାମଲା ଉପରେ‌ ସୁପ୍ରିମକୋର୍ଟ ନିର୍ବାଚନ କମିସନ (ଇସି)ଙ୍କୁ ମଙ୍ଗଳବାର ନୋଟିସ ଜାରି କରି ଜବାବ ଲୋଡିଛନ୍ତି। ପରିସ୍ଥିତିକୁ ଚାହିଁ ଉପଯୁକ୍ତ ନିର୍ଦେଶ ଦେବା ନେଇ ଇସିଙ୍କ ନିକଟରେ ସ୍ବାଧୀନତା ରହିବା ଆବଶ୍ୟକ। ଇସିଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିବାକୁ ଆବେଦନକାରୀଙ୍କୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ସଞ୍ଜୟ କେ. କାଉଲ ଏବଂ ବିଚାରପତି କେ. ଏମ. ଯୋଶେଫଙ୍କ ପୀଠ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨​‌ରେ ହେବ। ନିର୍ବାଚନୀ ପ୍ରଚାର ସମ୍ବନ୍ଧୀୟ ନିଜ ବକ୍ତବ୍ୟରେ ବାରମ୍ବାର ସୈନ୍ୟ ବାହିନୀ ପ୍ରସଙ୍ଗ ଉଠାଇବା ତଥା ଆପତ୍ତିଜନକ ମନ୍ତବ୍ୟ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ନେଇ ଏହି ଦୁଇ ନେତାଙ୍କ ବିରୋଧରେ ଇସିଙ୍କ ନିକଟରେ ୪୦ରୁ ଊର୍ଦ୍ଧ୍ବ ଆବେଦନ ହୋଇଛି। ଅଥଚ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଉଦାସୀନତା ପ୍ରକାଶ କରିଥିବା ଦର୍ଶାଇ କଂଗ୍ରେସ ସାଂସଦ ସୁସ୍ମିତା ଦେବ ଏହି ଆବେଦନ କରିଥିଲେ। ଏଭଳି ଆବେଦନ ଉପରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନେବା ପରିବ​‌େ​‌ର୍ତ୍ତ ଇସି ତିନି ସପ୍ତାହ ବିଳମ୍ବ କରିଥିବାରୁ ମୋଦୀ ଓ ଶାହା ବାରମ୍ବାର ନିୟମ ଉଲ୍ଲଙ୍ଘନ କରିଛନ୍ତି ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ଏ ନେଇ ଏପ୍ରିଲ ୧ରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ଯୁକ୍ତି ବାଢିଛନ୍ତି। ଏହି ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଇସି ନିଜର ସାମ୍ବିଧାନିକ ଦାୟିତ୍ବରେ ଅବହେଳା କରିଥିବା ଦର୍ଶାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories