www.samajalive.in
Sunday, December 14, 2025
16.1 C
Bhubaneswar

ନିଟ ପରୀକ୍ଷାରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିଟ ପରୀକ୍ଷାରେ ହସ୍ତକ୍ଷେପ କରିବେ ନାହିଁ। ନିଟ ୨୦୧୯ ପରୀକ୍ଷାର କେତେକ ପ୍ରଶ୍ନର ଉତ୍ତରକୁ ବାତିଲ କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିବା ସହ କହିଛନ୍ତି, ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଦଳ ନିଜ ବୁଢ଼ହୀମତା ଓ ଜ୍ଞାନ ପ୍ରୟୋଗ କରି ଉତ୍ତର ପରିବର୍ତ୍ତନ କରିଛନ୍ତି। ତେବେ କୋର୍ଟରେ ଆବେଦନ କରିଥିବା ହାଇଦରାବାଦର ଚାରି ଜଣ ଛାତ୍ରଙ୍କୁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି।

କୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ବିଷୟରେ କୋର୍ଟ ବିଶେଷଜ୍ଞ ନୁହନ୍ତି ତେଣୁ ସବୁ କ୍ଷେତ୍ରରେ ନ୍ୟାୟାଳୟ ହସ୍ତକ୍ଷେପ କରିବେ ନାହିଁ। ଜଷ୍ଟିସ ଅଜୟ ରସ୍ତୋଗି ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ସେହି ଚାରିଜଣ ମେଡିକାଲ ଆଶାୟୀ ଛାତ୍ରଙ୍କୁ ସେମାନଙ୍କ ଆବେଦନ ପ୍ରତ୍ୟାହାର ତଥା ଉଚ୍ଚନ୍ୟାୟାଳୟରେ ଆବେଦନ ପାଇଁ ଅନୁମତି ଦେଇଛନ୍ତି।

- Advertisement -

ଛାତ୍ରମାନଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭୀ କହିଛନ୍ତି, ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ଗତ ମାର୍ଚ୍ଚ ୫ରେ ଆୟୋଜନ କରିଥିବା ନିଟ ପରୀକ୍ଷାର ଭୁଲ ଉତ୍ତର ଦେଇଛି। ସେହି ପାଞ୍ଚଟି ପ୍ରଶ୍ନ ୪ ମାର୍କ ଲେଖାଏ ଥିବାବେଳେ ପ୍ରତ୍ୟେକ ପ୍ରଶ୍ନର ଏକରୁ ଅଧିକ ଉତ୍ତର ହେଉଛି ଏବଂ ଏନଟିଏ ଦେଇଥିବା ଉତ୍ତର ସହ ମେଳା ହେଉନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟ ସମସ୍ତ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ଯାଞ୍ଚ କରିପାରିବେ ନାହିଁ। କୋର୍ଟ ସବୁ ବିଷୟରେ ବିଶେଷଜ୍ଞ ନୁହନ୍ତି ବୋଲି କହିବା ସହ ଖଣ୍ଡପୀଠ ମେ ୫ରେ ହୋଇଥିବା ପରୀକ୍ଷା ପ୍ରଶ୍ନ ପତ୍ରର ନେଇ ଅନେକଜଣ ଛାତ୍ର ପ୍ରଶ୍ନ ଉଠାଇଥିବା ବେଳେ ପରେ ସଠିକ ଉତ୍ତର ଦିଆଯାଇଥିବା କୋର୍ଟ କହିଛନ୍ତି।

ଆସନ୍ତା ୧୯ରୁ କାଉନସେଲିଂ ଆରମ୍ଭ ହେବ ପୂର୍ବରୁ ବିଶେଷଜ୍ଞ କମିଟି ଗଠନ କରାଯାଇ ପ୍ରଶ୍ନଗୁଡିକର ଉତ୍ତର ସଂଶୋଧନ କରା ନ ଗଲେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ପ୍ରଭାବିତ ହେବ ବୋଲି ସିଂଭୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories