www.samajalive.in
Saturday, December 6, 2025
14.1 C
Bhubaneswar

‘ମୋ ଖତ’ ବିକ୍ରୟ ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରରେ ମହାନଗର ନିଗମ ଜୈବିକ ସାର ‘ମୋ ଖତ’ ବିକ୍ରୟ କିଓସ୍କର ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତମାନ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟ ସେଂଟରମାନଙ୍କରୁ ବାହାରୁ ଥିବା ଜୈବିକ ଖତ ବଜାରରେ ଉପଲବ୍ଧ ହେବ। ଫଳରେ ଭୁବନେଶ୍ୱର ମହାନଗର ନିଗମରେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ ଏବଂ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ ଅନ୍ୟ ସହରାଂଚଳରେ ଆରମ୍ଭ ହେବ। ଏହି ଖତ ପ୍ରସ୍ତୁତିରେ ଭୁବନେଶ୍ୱର ନାଗରିକମାନେ ନିୟମିତ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକ ପୃଥକ ଭାବେ ଭୁବନେଶ୍ୱର ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ଦେଇ ବର୍ଜ୍ୟର ବିଜ୍ଞାନସମ୍ମତ ପରିଚାଳନାକୁ ପ୍ରମାଣିତ କରିବାରେ ସେମାନେ ନିଜର କର୍ତବ୍ୟ ସଂପାଦନ କରିଛନ୍ତି।

- Advertisement -

‘ମୋ ଖତ’ ଜୈବିକ ସାର ୫ କି.ଗ୍ରା ପ୍ୟାକେଟ୍‍କୁ ୧୨୫ ଟଙ୍କାରେ ବିକ୍ରୟ କରାଯିବ। ବିକ୍ରୟ କେନ୍ଦ୍ର ଏସ୍‍.ଏଚ୍‍.ଜିର ଦାୟିତ୍ୱରେ ରହିବ। କ୍ରମାଗତ ଭାବେ ବିଭିନ୍ନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସାର ଯୋଗାଇ ଦିଆଯିବ। ଏଥିରୁ ଯେଉଁ ଅର୍ଥ ମିଳିବ ତାହା ଏମ୍‍ସିସିକୁ ସ୍ୱୟଂଚାଳିତ କରିବାରେ ବିନିଯୋଗ ହେବ। ଏହି ବିକ୍ରୟ କେନ୍ଦ୍ର ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ବିଏମ୍‍ସିର କର୍ମକର୍ତାମାନେ ପରିଚାଳନାଗତ ଆବଶ୍ୟକୀୟ ସହଯୋଗ କରିବେ ଏବଂ ସ୍ଥିରୀକୃତ ନିୟମ ଅନୁସାରେ ଏହି ବିକ୍ରୟ କେନ୍ଦ୍ରର ନଥି ତଦାରଖ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories