www.samajalive.in
Sunday, December 7, 2025
26.1 C
Bhubaneswar

କନ୍ଧମାଳ ଓ ଭଞ୍ଜନଗରରେ ମୃଦୁ ଭୁମିକମ୍ପ

ଭଞ୍ଜନଗର/ଫୁଲବାଣୀ : ଗଞ୍ଜାମ ଜିଲାର ଭଞ୍ଜନଗର ଏବଂ କନ୍ଧମାଳ ଜିଲା ବିଭିନ୍ନ ବ୍ଳକରେ ଶୁକ୍ରବାର ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଏହାକୁ ନେଇ ସମଗ୍ର ଜିଲାରେ ଭୟର ବାତାବରଣ ଖେଳି ଯାଇଛି। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ମୃଦୁ ଭୁମିକମ୍ପ ହେଉଥିବାର ନଜିର ରହିଥିବା ବେଳେ ଉକ୍ତ ଅଞ୍ଚଳରେ ଆଜି ପୁଣିଥରେ ମୃଦୁ ଭୁମିକମ୍ପ ହୋଇଛି। ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ଶୁକ୍ରବାର ରାତି ୯ଟା୪୫ ମିନିଟରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଥିଲା। ସିମନବାଡ଼ି, ବାଡାବାଙ୍ଗା, ଦାସିଙ୍ଗବାଡ଼ି , ପ୍ଲୀହେରୀ ଗ୍ରୀନବାଡ଼ି ଶ୍ରାନିକେତା , ବୁଡାଗୁଡ଼ା ଆଦିପଞ୍ଚାୟତରେ ମୃଦୁ ଭୂମିକମ୍ପ ଅନୂଭୁତ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ସୂଚନା ଦେଇଛନ୍ତି। ଲୋକଙ୍କ ସୂଚନା ମୁତାବକ ପ୍ରାୟ ୩ ରୁ ୪ ସେକେଣ୍ଟ ଧରି ଭୂମିକମ୍ପ ଅନୁଭୂତ ହୋଇଥିଲା। ଶୁକ୍ରବାର ରାତିରେ ଲୋକେ ଶୋଇବାକୁ ଯିବା ବେଳେ ହଠାତ୍ ଘରର ଖଟ, କାନ୍ଥଘଣ୍ଟା, ଟିଭି ସମେତ ଆସବାବପତ୍ର ଦୋହଲି ଯାଇଥିଲା । ଭୂମିକମ୍ପ ଝଟକା ଫଳରେ ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ସେହିଭଳି ଜିଲାର ଫିରିଙ୍ଗିଆ , ରାଇକିଆ, କୋଟଗଡ଼ , ଚକାପାଦ , ଟିକାବାଲି , ଜି.ଉଦୟଗିରି କେ.ନୂଆଗାଁ , ବାଲିଗୁଡା , ପକାରି , ବୁଡ଼ାଗୁଡ଼ା , ଶଙ୍କରାଖୋଲ , ବନ୍ଧଗଡ଼ ଭଳି ବିଭିନ୍ନ ଅଞ୍ଚଳ ଭଳି ଜିଲାର ପ୍ରାୟ ୭ଟି ବ୍ଳକରେ ଏହି ମୃଦୁ ଭୂମିକମ୍ପ ହୋଇଥିବା ଖବର ମିଳିଛି। ଗତବର୍ଷ ମଧ୍ୟ ଜିଲାରେ ପ୍ରାୟ ୩ ଥର ଭୂମିକମ୍ପ ହୋଇଥିଲା।
ଭଞ୍ଜନଗରରେ ଆଜି ରାତି ଠିକ ୯ଟା ୪୭ ମିନଟ ସମୟରେ ମୃଦ ଭୂମିକମ୍ପ ଅନୂଭୁତ ହୋଇଥିଲା। ସହରର ମେନ୍‍ ରୋଡ ଓ ଆଖପାଖ ବାଗ୍‍ଦେବୀ ରୋଡ, ମାଲସାହି ଏଲଆଇସି କଲୋନୀ, ଭେଜିପୁଟ ଓ ଲଣ୍ଡେଇସାହିର ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ଦୁଇରୁ ତିନି ସେକଣ୍ଡ ପାଇଁ ଭୂମି ଥରି ଉଠିଥିଲା। ଘରର କଂସାବାସନ ରୁଣୁଝୁଣୁ ହେବା ସହ ଆସବାପତ୍ର ଓ ଘର ଦୋହଲି ଉଠିଥିଲା। ଏହି ସମୟରେ ଘରର ପାରାଭାଡିରୁ ପାରା ଉଡିଯିବା ସହ ଅନ୍ୟ କେତକ ପକ୍ଷୀ ମଧ୍ୟ କିଚିରିମିଚି ଧ୍ୱନି କରି ଉଡି ଯାଇଥିଲେ। ହଠାତ୍‍ ଭୂପୃଷ୍ଠରୁ ଲୋକେ ଶବ୍ଦ ଶୁଣିବା ସହ ଘର ଗୋଟିଏ ମୂହୁର୍ତ୍ତ ପାଇଁ ଦୋହଲି ଉଠିଥିଲା ବୋଲି ମାଲସାହି ଓ ବାଗ୍‍ଦେବୀ ରୋଡର ଲୋକେ ପ୍ରକାଶ କରିଥିଲେ। ଭୂମିକମ୍ପ ଅନୁଭୁତ ହେବାର କିଛି ସମୟପୂର୍ବରୁ ବିଦ୍ୟୁତ ବିଛିନ୍ନ ହେବାରୁ ସମଗ୍ର ସହର ଅନ୍ଧକାରାଚ୍ଛନ୍ନ ହୋଇପଡିଥିଲା ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories