www.samajalive.in
Monday, December 15, 2025
26.1 C
Bhubaneswar

ଭୀମ କୋରେଗାଓଁ ହିଂସା ମାମଲା: ୧୯ରେ ଗିରଫ ସାମାଜିକ କର୍ମୀଙ୍କ ଚୂଡାନ୍ତ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ଭୀମକୋରେଗାଓଁ ହିଂସା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ୫ ଜଣ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧି ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ଉକ୍ତ ଦିନ ଐତିହାସିକ ରୋମିଳା ଥାପର ଓ ଅନ୍ୟ ୪ ଜଣଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ଚୂଡ଼ାନ୍ତ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଶୁଣାଣି ବେଳେ ମାମଲା ସମ୍ବନ୍ଧୀୟ କେସ୍‍ ଡାଏରୀ ଏବଂ ଅନ୍ୟାନ୍ୟ ପ୍ରମାଣ ଉପସ୍ଥାପନ କରାଯିବାର ଯୋଜନା ରହିଛି। ଗିରଫ ସାମାଜିକ କର୍ମୀ ସୁଧା ଭାରଦ୍ୱାଜ, ପି. ଭରାଭର ରାଓ, ଗୌତମ ନବଲଖା, ଅରୁଣ ଫରୈରା ଏବଂ ବେର୍ଣ୍ଣୋନ ଗୋନସାଲଭେସ୍‍ଙ୍କ ଗିରଫ ପରିପ୍ରେକ୍ଷୀରେ ହୋଇଥିବା ଆବେଦନକୁ ବିଚାର ନିମନ୍ତେ ଗ୍ରହଣ କରିବା ଉଚିତ ନ ଥିଲା ବୋଲି ଆଜିର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ଏହି ଗିରଫ ଘଟଣାକୁ ନେଇ ଯଦି କୌଣସି ଅଭିଯୋଗ ରହିଥିଲା, ତା’ହେଲେ ସେକ୍ଷେତ୍ରରେ ମାଜିଷ୍ଟ୍ରେଟ୍‍ଙ୍କ ନିଷ୍ପତ୍ତିକୁ ବିଚାରକୁ ନେବା ଜରୁରୀ ଥିଲା ବୋଲି କେନ୍ଦ୍ର ଦର୍ଶାଇଛି। ଉଲ୍ଲେଖ ଯେ ୨୦୧୭ ଡିସେମ୍ବର ୩୧ରେ ଅନୁଷ୍ଠିତ ଭୀମ କୋରେଗାଓଁ ହିଂସା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଏହି ସାମାଜିକ କର୍ମୀମାନଙ୍କୁ ଅଗଷ୍ଟ ୨୮ରେ ଗିରଫ କରାଯାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories