www.samajalive.in
Thursday, December 11, 2025
13.1 C
Bhubaneswar

କେରଳ ନନ୍‍ ବଳାତ୍କାର ମାମଲା: ପୋପ୍‍ଙ୍କୁ ଚିଠି ଲେଖିଲେ ଅଭିଯୁକ୍ତ ବିଶପ୍‍

ନୂଆଦିଲ୍ଲୀ : ଜଳନ୍ଧର ରୋମାନ କ୍ୟାଥଲିକ୍‍ ଡିଓସିସ୍‍ (ବିଶପ୍‍ଙ୍କ ଅଧିକାର କ୍ଷେତ୍ର) ମୁଖ୍ୟ ପଦରୁ ଅସ୍ଥାୟୀ ଭାବେ ହଟିବା ନେଇ କେରଳ ନନ୍‍ ବଳାତ୍କାର ମାମଲାରେ ଅଭିଯୁକ୍ତ ଥିବା ବିଶପ୍‍ ଫ୍ରାଙ୍କୋ ମୁଲାକାଲ ଭାଟିକାନ ସିଟିକୁ ଚିଠି ଲେଖି ପୋପ୍‍ଙ୍କଠାରୁ ଅନୁମତି ଲୋଡିଛନ୍ତି। ଦେଶବାସୀଙ୍କ ମତ ଅନୁସାରେ ତାଙ୍କୁ ଡିଓସିସ୍‍ର ପ୍ରଶାସନିକ ଦାୟିତ୍ୱରୁ ସାମୟିକ ଅବ୍ୟାହତି ଦେବା ଲାଗି ସେ ଉକ୍ତ ଚିଠିରେ ନିବେଦନ କରିଛନ୍ତି। ୨୦୧୪ରୁ ୨୦୧୬ ମଧ୍ୟରେ ମୁଲାକାଲ ତାଙ୍କୁ ୧୩ ଥର ବଳାତ୍କାର କରିଥିବା ୪୩ ବର୍ଷ ବୟସ୍କ ଜଣେ ନନ୍‍ ଅଭିଯୋଗ ଆଣିଛନ୍ତି। ପୁଲିସ ଏହି ଅଭିଯୋଗର ତଦନ୍ତ ଚଳାଇଛି। ପୁଲିସ ନିକଟରେ ହାଜର ହେବା ନିମନ୍ତେ କେରଳ ଯିବାକୁ ଥିବାରୁ ମୁଲାକାଲ ଶନିବାର ଡିଓସିସ୍‍ର ଦାୟିତ୍ୱ ସାମୟିକ ଭାବେ ଉପ-ବିଶପ୍‍ଙ୍କୁ ହସ୍ତାନ୍ତର କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories