www.samajalive.in
Saturday, December 13, 2025
27.1 C
Bhubaneswar

ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଶୁଙ୍କୁ ମାସିକ ୨ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଜି ସୁପ୍ରିମକୋର୍ଟ ସାରା ଦେଶରେ ଥିବା ଶିଶୁ ଯତ୍ନ ପ୍ରତିଷ୍ଠାନରେ ପଂଜିକୃତ ଶିଶୁମାନଙ୍କ ଅନ୍‌ଲାଇନ୍ କ୍ଲାସ୍ ପାଇଁ ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ଶିଶୁଙ୍କ ଶିକ୍ଷା ପାଇଁ ମାସିକ ୨ ହଜାର ଟଙ୍କା ପ୍ରଦାନ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ଶିଶୁ ଯତ୍ନ ପ୍ରତିଷ୍ଠାନଗୁଡିକୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇବା ପାଇଁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁମାନେ ଏବେ କରୋନା ପାଇଁ ପିତାମାତାଙ୍କ ସହ ରହୁଥିବାରୁ ସେମାନଙ୍କୁ ଏହି ଅର୍ଥ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ଅଧୀନରେ ଜଷ୍ଟିସ୍ ହେମନ୍ତ ଗୁପ୍ତା ଏବଂ ଅଜୟ ରାସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସାରା ଦେଶରେ ଶିଶୁ ଆଶ୍ରୟ ଗୃହରେ କୋଭିଡ-୧୯ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍ କ୍ୟୁରି ଆଇନଜୀବୀ ଗୌରବ ଅଗ୍ରୱାଲ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛନ୍ତି ଯେ କରୋନା ମହାମାରୀ ଆରମ୍ଭ ସମୟରେ ଶିଶୁ ଯତ୍ନ ଅନୁଷ୍ଠାନରେ ସାରା ଦେଶରେ ୨ ଲକ୍ଷ ୨୭ ହଜାର ୫୨୮ ଜଣ ଶିଶୁ ଥିଲେ ଏବଂ ଏବେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୫ ହଜାର ୭୮୮ ଜଣ ଶିଶୁ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ସହିତ ଅଛନ୍ତି।

- Advertisement -

ପ୍ରତ୍ୟେକ ଶିଶୁଙ୍କ ପାଇଁ ମାସିକ ଆର୍ଥିକ ସହାୟତା ନିର୍ଦ୍ଦେଶ ବ୍ୟତୀତ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ରାଜ୍ୟମାନଙ୍କୁ ଶିଶୁ ଯତ୍ନ ପ୍ରତିଷ୍ଠାନ ତଥା ପିଲାମାନଙ୍କର ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏବେ ପରିବାର ସହ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦେବାକୁ କୁହାଯାଇଛି। ଆଜିଠାରୁ ୩୦ ଦିନ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା କରାଯାଇଥିବା ସୁପାରିଶ ଆଧାରରେ ଅନଲାଇନ୍ କ୍ଲାସ୍ ପାଇଁ ଆବଶ୍ୟକ ଭିତ୍ତିଭୂମି, ପୁସ୍ତକ ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁଷ୍ଠାନଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories