www.samajalive.in
Monday, December 15, 2025
26.1 C
Bhubaneswar

ସରକାରୀ ବାସଭବନ ଛାଡୁନାହାନ୍ତି ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼, ସରକାରଙ୍କୁ ଚିଠି ଲେଖିଲା ସୁପ୍ରିମକୋର୍ଟ ପ୍ରଶାସନ

ସମାଜ ଡିଜିଟାଲ ଡେସ୍କ: ସରକାରୀ ବାସଭବନ ଛାଡୁନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼। ଏଭଳି ଅଭିଯୋଗ ଆଣିଛି ସୁପ୍ରିମକୋର୍ଟ ପ୍ରଶାସନ। ଏ ନେଇ ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ଘର ଖାଲି କରାଇ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି।

ବର୍ତ୍ତମାନର ସିଜେଆଇ ଜଷ୍ଟିସ ବି.ଆର. ଗଭାଇଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ଚନ୍ଦ୍ରଚୂଡ଼ ୨୦୨୪ ନଭେମ୍ବର ୧୦ରେ ଅବସର ଗ୍ରହଣ କରିଥିଲେ। କାର୍ଯ୍ୟକାଳ ସମୟରେ ସେ କ୍ରିଷ୍ଣା ମେନନ ମାର୍ଗରେ ଅବସ୍ଥିତ ସରକାରୀ ବାସଭବନରେ ରହୁଥିଲେ। ଅବସର ପରେ ତାଙ୍କୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବାକୁ ଅନୁମତି ଦିଆଯାଇଥିଲା। ମେ ପହିଲାରେ ଏହି ଅବଧି ଶେଷ ହେଉଥିବାବେଳେ ଚନ୍ଦ୍ରଚୂଡ଼ ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ଧରି ସେଠାରେ ରହିଆସୁଛନ୍ତି। ତେଣୁ ତାହାକୁ ଖାଲି କରାଯାଇ କୋର୍ଟଙ୍କ ଗୃହ ବିଭାଗକୁ ହସ୍ତାନ୍ତର କରାଯାଉ ବୋଲି ଚିଠିରେ କୁହାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories