www.samajalive.in
Monday, December 15, 2025
26.1 C
Bhubaneswar

ବର୍ଷାରେ ଧୋଇଯିବ କି ଭାରତର ବିଜୟ ସ୍ଵପ୍ନ ?

ସମାଜ ଡିଜିଟାଲ ଡେସ୍କ: ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ବିଜୟୀ ହେବା ଲାଗି ରବିବାର ଗୋଟିଏ ଦିନ ଏବଂ ୭ଟି ଉଇକେଟ ବାକି ରହିଛି। ହେଲେ ଭାରତର ଏହି ସ୍ଵପ୍ନ ବର୍ଷାରେ ଧୋଇଯିବ କି ବୋଲି ପ୍ରଶ୍ନ ଉଠିଲାଣି। କାରଣ ଖେଳ ଶେଷ ହେବାକୁ ରବିବାର ଗୋଟିଏ ଦିନ ବାକି ଥିବାବେଳେ ଆକାଶକୁ ବାଦଲ ଘୋଡ଼ାଇ ରଖିଛି।

ଘରୋଇ ଇଂଲଣ୍ଡ ଦଳ ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୬୦୮ ରନର ବିଜୟ ଲକ୍ଷ୍ୟ ଇଂଲଣ୍ଡ ପାଇଁ କଷ୍ଟସାଧ୍ୟ ହୋଇଥିବାବେଳେ ଘରୋଇ ଦଳ ଏହାକୁ ଅମିମାଶିଂତ ରଖିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିବ। ସେପଟେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭ୍ରମଣକାରୀ ଟିମ ଇଣ୍ଡିଆ ଏହି ମ୍ୟାଚରେ ବିଜୟ ସହ ସିରିଜ ବରାବର କରିବାକୁ ଆଶା ରଖିଛି। ମ୍ୟାଚ ବିଜୟ ପାଇଁ ଇଂଲଣ୍ଡକୁ ଆଉ ୫୩୬ ରନ ଦରକାର ଥିବାବେଳେ ଭାରତକୁ ଦରକାର ୭ ଉଇକେଟ। ମ୍ୟାଚରେ ନେତୃତ୍ଵ ନେଉଥିବା ଅଧିକାୟକ ଶୁବମନ ଗିଲ ଦଳର ବିଜୟ ସ୍ଵପ୍ନ ଦେଖୁଛନ୍ତି। ହେଲେ ଏସବୁ ଉପରେ ବିପଦ ସୃଷ୍ଟି କରିଛି ବର୍ଷା। ଅନ୍ତିମ ଦିନରେ ଏଜବାଷ୍ଟନ ସହରରେ ବର୍ଷା ବାଦଲ ଆକାଶକୁ ଘୋଡ଼ାଇ ରଖିଛି। ବର୍ଷା ଯଦି ଅଧିକ ସମୟ ଲାଗି ରୁହେ, ତେବେ ଅନ୍ତିମ ଦିନ ମ୍ୟାଚକୁ ବାତିଲ କରିବାକୁ ପଡ଼ିବ। ଫଳରେ ଏହା ଅମିମାଶିଂତ ରହିବ। ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ବେଶ୍ ଆଘାତ ଦେବ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories