www.samajalive.in
Saturday, December 6, 2025
23.1 C
Bhubaneswar

କୋହଳ ହେଲା କର୍ଫ୍ୟୁ, ଘରୁ ବାହାରିଲେ ନାହିଁ ଲୋକ ; ୧୭ ଯାଏ ଇଣ୍ଟରନେଟ ବନ୍ଦ

ସମ୍ବଲପୁର : ସମ୍ବଲପୁରରେ ଶୁକ୍ରବାର ରାତି ୧୨ଟାରୁ କର୍ଫ୍ୟୁ ଲାଗୁ ହୋଇଛି। କିନ୍ତୁ ରାତି ଅଧରେ କର୍ଫ୍ୟୁ ଲାଗୁ ହୋଇଥିବାରୁ ଲୋକେ କର୍ଫ୍ୟୁ ନେଇ ଅବଗତ ନୁହନ୍ତି। ପୁଲିସ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରୁଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ୨ ଘଣ୍ଟା କର୍ଫ୍ୟୁ କୋହଳ ହୋଇଥିଲେ ମଧ୍ୟ ଲୋକେ ଘରୁ ବାହାରି ନାହାନ୍ତି। ଆଜି ଅପରାହ୍ନ ୩.୩୦ରୁ ୫.୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ ବୋଲି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ ସେବା ବନ୍ଦ ରହିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୧୭ ତାରିଖ ସକାଳ ୧୦ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ।

ସହରରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଲୋକଙ୍କ ଘରୁ ବହାରିବା ଉପରେ କଟକଣା ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

- Advertisement -

ଜରୁରୀକାଳୀନ ମେଡିକାଲ ଆବଶ୍ୟକତା ପାଇଁ ଏକ ଟେଲିଫୋନ ନମ୍ବର ଜାରି କରାଯାଇଛି । ନମ୍ବରଟି ହେଉଛି- ୭୬୫୫୮୦୦୭୬୦। ତେବେ ସମ୍ବଲପୁରରେ କର୍ଫ୍ୟୁ ଜାରି ପରିପ୍ରେକ୍ଷୀରେ ଗୁଜବ ପ୍ରଚାର ନକରିବାକୁ ଓ ଗୁଜବରେ ବିଶ୍ୱାସ ନକରିବାକୁ ଜିଲ୍ଲାପାଳ ଅନନ୍ୟା ଦାସ ପରାମର୍ଶ ଦେଇଛନ୍ତି । ସହରରେ ସ୍ଥିତି  ନିୟନ୍ତ୍ରଣରେ ଥିବା  ଜିଲ୍ଲାପାଳ କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି ହେବାକୁ ଥିବା ବିଭିନ୍ନ ପରୀକ୍ଷା ନେଇ ବିଚାରବିମର୍ଶ ଚାଲିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ତେବେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ପଥର ମାଡ଼ରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ହିଂସା ଓ ଉତ୍ତେଜନା ଶୁକ୍ରବାର ମଧ୍ୟ ଲାଗି ରହିଥିଲା । ୪୫ ପ୍ଲାଟୁନ୍‌ ପୁଲିସ ବଳ ମୁତୟନ ଓ ୧୪୪ ଧାରା ଜାରି ସତ୍ତ୍ବେ ଗଣ୍ଡଗୋଳ ବନ୍ଦ ହୋଇନାହିଁ। ଏକାଧିକ ସ୍ଥାନରେ ଭଙ୍ଗାରୁଜା ସହିତ ପୋଡ଼ାଜଳା ଘଟିଛି । ଶେଷରେ ଶୁକ୍ରବାର ରାତି ୧୨ଟାରୁ ସମ୍ବଲପୁରରେ କର୍ଫ୍ୟୁ ଲାଗୁ ହୋଇଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories