www.samajalive.in
Saturday, December 6, 2025
14.1 C
Bhubaneswar

ତିନି ବର୍ଷ ପରେ ଆକ୍ରମଣ ମାମଲାରେ ୪ ଅଭିଯୁକ୍ତ ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଯୁବ ପଞ୍ଚାୟତର ପନାଗୁଡା ଗ୍ରାମରେ ଗତ ୨୩.୭.୨୦୨୦ରେ ଗ୍ରାମର ଡେବୀଡ୍ ବୀରଙ୍କ ପରିବାରକୁ ସେହି ଗ୍ରାମର ୫ ଜଣ ଯୁବକ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଝଗଡା କରି ବିଭିନ୍ନ ଧମକ ଚମକ ଦେଇ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାକୁ ନେଇ ଡେବୀଡ ମୋହନା ଥାନାରେ ଅଭିଯୁକ୍ତ ବ୍ୟକ୍ତିଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମୋହନା ଥାନା କେସ୍ ନଂ- ୧୧୫/୨୦ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନେ କେଉଁଆଡ଼େ ଫେରାର ହୋଇ ଯାଇଥିଲେ । ମୋହନାରେ ନୂତନ ଥାନା ଅଧିକାରୀ ଭାବେ ବସନ୍ତ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିବା ପରେ ଦୀର୍ଘ ତିନି ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତମାନେ ଗ୍ରାମରେ ରହିଥିବା ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଏବଂ ତାଙ୍କ ଟିମ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ସରୋଜ କୁମାର ଶତ୍ରୁଷଲୟ, ସାମନ୍ତ ବେହେରା, ଅଜିତ ମାଳି, ବିମଳ କୁମାର ବୀର । ଏହା ସହ ଫେରାର ଥିବା ଅନ୍ୟ ଜଣେ ଯୁବକଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରି ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories