www.samajalive.in
Sunday, December 14, 2025
17.1 C
Bhubaneswar

ସମ୍ବଲପୁର ପୁସ୍ତକ ମେଳା : ଡ. ଲିପିକାଙ୍କ ୨ଟି ପୁସ୍ତକ ଲୋକାର୍ପିତ

ସମ୍ବଲପୁର : ସମ୍ବଲପୁର ଠାରେ ସେତୁ ପକ୍ଷରୁ ଆୟୋଜିତ ପୁସ୍ତକ ମେଳାର ୪ର୍ଥ ଦିବସରେ ଅଧ୍ୟାପିକା ଡ. ଲିପିକା ମିଶ୍ରଙ୍କ ୨ଟି ପୁସ୍ତକ ‘ଉତ୍ତର ଆଧୁନିକତାର ରୂପରେଖ ଓ ଓଡିଆ ନାଟକ’ ଏବଂ ସମ୍ପାଦନା ଓ ସମୀକ୍ଷା ଭିତ୍ତିକ ପୁସ୍ତକ ‘ନୟନତାରା’ ଲୋକାର୍ପିତ ହୋଇଯାଇଛି। ସୁରଜମଲ କଲେଜର ଅଧ୍ୟକ୍ଷ ଡ. ମନୋଜ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ କବି ତଥା ସାମ୍ବାଦିକ ଲକ୍ଷ୍ମୀନାରାୟଣ ହୋତା ନୟନତାରା ପୁସ୍ତକର ସମୀକ୍ଷା କରିଥିଲେ। ସରକାରୀ ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗୀୟ ମୁଖ୍ୟ ଅଖିଳ ବିଶ୍ୱାଳ ଓଡିଆ ନାଟକର ଧାରା ଓ ସେଥିରେ ଉତ୍ତର ଆଧୁନିକତା ଚାପ ସର୍ମ୍ପକରେ ଆଲୋଚନା କରିଥିଲେ। ଉତ୍ସବରେ ଦୟାନିଧି ମିଶ୍ରଙ୍କ ନାତି ଏପିକଲର ଅଧ୍ୟକ୍ଷ ପ୍ରଭାତାଦିତ୍ୟ ମିଶ୍ର ଲେଖିକାଙ୍କ ଏହି ସାରସ୍ୱତ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅଧ୍ୟାପିକା ରଞ୍ଜିତା ମାଝୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories