www.samajalive.in
Wednesday, December 10, 2025
17.1 C
Bhubaneswar

ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ଚୋରି ଅଭିଯୋଗ

ଲାଠୋର : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗ୍ରାମରେ ଥିବା ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଟଙ୍କା ଚୋରି ହୋଇଥିବା ନେଇ ଲାଠୋର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷରୁ ଉର୍ଦ୍ଧ ହେବ ଗ୍ରାମର ଜିତେନ୍ଦ୍ର କୁମାର ଅଗ୍ରୱାଲ ଏସବିଆଇର ଏକ ଗ୍ରାହକ ସେବା କେନ୍ଦ୍ର ଲାଠୋର ଗ୍ରାମରେ ଖୋଲିଛନ୍ତି। ମଙ୍ଗଳବାର ଦିନ ୧୨.୩୦ରେ ଗ୍ରାହକ ସେବା କେନ୍ଦ୍ର ବନ୍ଦ କରି ଘରକୁ ଆସି ଅପରାହ୍ନ ୩.୪୫ରେ ଗଲା ବେଳକୁ କେନ୍ଦ୍ରର ପଛପଟୁ କେହି ଦୁବୃର୍ତ୍ତ କବାଟ ଭାଙ୍ଗି କ୍ୟାସ୍ କାଉଣ୍ଟରରୁ ପାଖାପାଖି ୧ଲକ୍ଷ ୫୦ ହଜାର ଟଙ୍କା ଚୋରି କରି ନେଇଥିଲା। ସଙ୍ଗେ ସଙ୍ଗେ ଅପରେଟର ଜିତେନ୍ଦ୍ର ଲାଠୋର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଲାଠୋର ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କୁ ପଚାରିବାରୁ ବର୍ତ୍ତମାନ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ନିର୍ବାଚନ ପରେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories