www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନକୁ ବଡ଼ ଝଟ୍‌କା ଦେଲା ସାଉଦି ଆରବ; ତେଲ ଓ ଋଣ ଦେବାକୁ ମନା କଲା

ଲଣ୍ଡନ: ସାଉଦି ଆରବ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଦେଇଛି। ତୈଳ କିମ୍ବା ଋଣ ନ ଦେବାକୁ ସାଉଦି ଆରବ ପାକିସ୍ତାନକୁ ରୋକଠୋକ୍‌ ମନା କରିଦେଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଦସନ୍ଧି ଧରି ଚାଲିଆସିଥିବା ସମ୍ପର୍କର ଅବସାନ ଘଟିଛି। କେବଳ ଏତିକି ନୁହେଁ, ଏବେ ଋଣରେ ବୁଡ଼ିଥିବା ପାକିସ୍ତାନ ସାଉଦି ଆରବକୁ ୧୦୦ କୋଟି ଡଲାର ଅର୍ଥରାଶି ଦେବାକୁ ପଡ଼ିବ। ଏହା ହେଉଛି ୨୦୧୮ ନଭେମ୍ବରରେ ସାଉଦି ଆରବ ଦ୍ବାରା ଘୋଷରା କରାଯାଇଥିବା ୬.୨ ବିଲିୟନ ଡଲାର ପ୍ୟାକେଜର ଏକ ଅଂଶ। ଏହି ପ୍ୟାକେଜ୍‌ରେ ପାକିସ୍ତାନ ପାଇଁ ୩୦୦ କୋଟି ଡଲାରର ଋଣ ଏବଂ ୩୨୦ କୋଟି ଡଲାରର ଅଏଲ କ୍ରେଡିଟ୍‌ ସୁବିଧା ରହିଥିଲା। ଗତବର୍ଷ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ପାକିସ୍ତାନ ଗସ୍ତ କରିବା ସମୟରେ ଏହି ଚୁକ୍ତି ସ୍ବାକ୍ଷର କରିଥିଲେ।

ସୂଚନା ଅନୁସାରେ, ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ ନ କରିବାରୁ ସାଉଦି ଆରବ ନେତୃତ୍ଵାଧୀନ ଇସଲାମିକ ସହଯୋଗୀ ସଂଗଠନ(ଓଆଇସି) ଚେତାବନୀ ଦେଇଥିଲେ। ଏହା ପରେ ସାଉଦି ଆରବ ପାକିସ୍ତାନ ବିରୋଧରେ ଏପରି ପଦକ୍ଷେପ ନେଇଛି। କୁରେଶୀ କହିଥିଲେ, ଯଦି ଆପଣ ଏଥିରେ ହସ୍ତକ୍ଷେପ କରି ନ ପାରିବେ, ତେବେ ମୁଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ଵରେ ସେହି ଇସଲାମିକ ଦେଶଗୁଡ଼ିକର ବୈଠକ ଡକାଇବାକୁ ବାଧ୍ୟ ହେବି, ଯେଉଁମାନେ କାଶ୍ମୀର ପ୍ରସଙ୍ଗରେ ଆମକୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। କୁରେଶୀଙ୍କ ଏହି ଚେତାବନୀପୂର୍ଣ୍ଣ ମନ୍ତବ୍ୟ ପାକିସ୍ତାନକୁ ମହଙ୍ଗା ପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories