www.samajalive.in
Saturday, December 6, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ସର୍ବଧର୍ମ ଭାବାପ୍ନତା ବଦାନ୍ୟତା, ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚ ଉନ୍ନତି କରଣ ପାଇଁ ମଞ୍ଜୁର କଲେ ୨କୋଟି

ଭୁବନେଶ୍ବର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୩୪ର ସତ୍ୟନଗର ସ୍ଥିତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଓ ଭଉଣୀମାନଙ୍କର ପ୍ରଭୂ ଯୀଶୁଙ୍କର ପୂଜାଗୃହ-ଚର୍ଚ୍ଚର ଉନ୍ନତି କରଣ ଏବଂ ନୂତନ ଗୃହ ନିର୍ମାଣର୍ଥେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସହାୟତା ବାବଦରେ ୨କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଉନ୍ନତିକରଣ ନିର୍ମାଣ କାର୍ୟ୍ୟ ଆରମ୍ଭ ପାଇଁ ସତ୍ୟନଗର ଚର୍ଚ୍ଚ ପରିସରରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ସତ୍ୟନଗର ଚର୍ଚ୍ଚର ଫାଦର, ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଡିଭିଜନ-୧ ଗୃହ ଏବଂ ରାସ୍ତା ନିର୍ମାଣ ବିଭାଗର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଚର୍ଚ୍ଚର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

- Advertisement -

ଏହି ଅବସରରେ ପୂର୍ବତନ କର୍ପୋରେଟର ଭାନୁପ୍ରିୟା ଦାଶ, ମମତା ସାହୁ ଓ ପୁଷ୍ପାଞ୍ଜଳି ସେଠିଙ୍କ ସମେତ ରବୀନ୍ଦ୍ର ନାଥ ଛୋଟରାୟ, କ୍ଷୀରୋଦ ବେହେରା, ବଦ୍ରିନାରାୟଣ ମିଶ୍ର, ନିହାର ରଞ୍ଜନ ଦାଶ, ଦିଲ୍ଲୀପ ସେନାପତି, ଶାନ୍ତିକେତନ ଦାସ, ରାଜୁ ସାହୁ, ବିଜୟାଲକ୍ଷ୍ମୀ ମହାପାତ୍ର, ଲିଲି ନାୟକ, ଲୋରା ମହାପାତ୍ର, ଜୀବନ ବଲ୍ଲଭ ପଟ୍ଟନାୟକ, ଅଖିଳ ମହାପାତ୍ର, ଦୀଲଦାର, ସୁପ୍ରିୟା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories